Education

କୁଷ୍ଠ ରୋଗୀ ସମାଜରେ ଅଛୁଆଁ ନୁହନ୍ତି –

 

 ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର କୁଷ୍ଠ ନିରାକରଣ ୟୁନିଟ୍ ତରଫରୁ ଏବଂ ଯୁବ ରେଡକ୍ରସ ମିଳିତ ସହଯୋଗରେ କୁଷ୍ଠ ରୋଗ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଙ୍କର ସଭାପତିତ୍ୱ ରେ ଅନୁଷ୍ଟିତ ସଭାରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା କୁଷ୍ଠ ନିରାକରଣ ଅଧିକାରୀ ଡଃ ହେମ୍ବ୍ରମ ଯୋଗଦାନ କରି କୁଷ୍ଠ ରୋଗୀ ମାନଙ୍କ ସେବା ପାଇଁ ମହତ୍ କାର୍ଯ୍ୟ କରିଥିବାରୁ ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ କୁ ଧନ୍ୟବାଦ ଦେବା ସହ କୁଷ୍ଠ ରୋଗ କୁ ଲୁଚେଇବl ଫଳରେ ଏହା ବୌଦ୍ଧ ଜିଲ୍ଲା ରେ ବହୁ ପରିମାଣରେ ଦେଖାଯାଉଛି ବୋଲି କହିଥିଲେ l ଔଷଧ ସେବନ କଲେ ଶତକଡା ଶହେ ଏହି ରୋଗ ସମ୍ପୁର୍ଣ୍ଣ ଭଲ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ l ମୁଖ୍ୟ ବକ୍ତା ଭାବରେ ଜିଲ୍ଲା କୁଷ୍ଠ ରୋଗ ପରାମର୍ଶ ଦାତା ଡଃ ଅମରେନ୍ଦ୍ର ମହାପାତ୍ର ଯୋଗଦେଇ କୁଷ୍ଠ ରୋଗ ର କlରଣ ଓ ନିରାକରଣ ଉପରେ ବିସ୍ତୃତ ଆଲୋଚନା କରି ଅକର୍ମଣ୍ୟ କୁଷ୍ଠ ରୋଗୀ ମାନଙ୍କୁ କେବେହେଲେ ଘୃଣା କରିବା ଉଚିତ ନୁହେଁ ବୋଲି କହିଥିଲେ l ସେମାନଙ୍କ ସହ ରହିଲେ ଖାଇଲେ ମଧ୍ଯ ଏହି ରୋଗ ସଂକ୍ରମଣ ହୁଏ ନାହିଁ କାରଣ ସେମାନଙ୍କ ପାଖରେ ରୋଗ ଜୀବାଣୁ ନଥାଏ l ସଭାକୁ ପରିଚାଳନା କରି ଯୁବ ରେଡ୍ କ୍ରସ ର ସମ୍ପାଦକ ତଥା ଅଧ୍ଯାପକ ଡଃ ପ୍ରବୀର କୁମାର ଦାସ କୁଷ୍ଠ ରୋଗୀ ମାନଙ୍କୁ କିପରି ଯୁବ ରେଡ୍ କ୍ରସ୍ ଦ୍ୱାରା କରୋନା ସମୟରୁ ତାଙ୍କ ପାଇଁ ସେବା ପ୍ରଦାନ କରାଯାଉଛି ସେ ସଂମ୍ପର୍କରେ ବର୍ଣନା କରିଥିଲେ l ଆଗରୁ ହୋଇଥିବା କୁଇଜ ପ୍ରତିଯୋଗିତାରେ ବିଜେତା ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା l ପରିଶେଷରେ ସମସ୍ତ ଛାତ୍ରଛାତ୍ରୀମାନେ କୁଷ୍ଠ ରୋଗୀ ମାନଙ୍କୁ ବlଛ ବିଚାର ନକରିବାକୁ ଶପଥ ପାଠ କରିଥିଲେ l ଶେଷରେ ସ୍ୱାସ୍ଥ୍ୟ କର୍ମୀ ମୃତ୍ୟୁଞ୍ଜୟ ଭୁଜବଳ ସମସ୍ତଙ୍କୁ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ l

Related Articles

Back to top button