ବୈରୀ ଚୌଧୁରୀ କୂଅସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ୪ର୍ଥ ବାର୍ଷିକ ଉତ୍ସବ ଆଜି ଠାରୁ ଶୁଭାଧିବାଷ ଅନୁଷ୍ଠିତ


ଛତିଆ ଆ ପ୍ର ତା ୧୨/୦୨/୨୪ ବୈରୀ ଚୌଧୁରୀ କୂଅସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ୪ର୍ଥ ବାର୍ଷିକ ଉତ୍ସବ ଆଜି ଠାରୁ ଶୁଭାଧିବାଷ ଅନୁଷ୍ଠିତ ହୋଇଛି।ଆଜି ୧୬୦ ଜଣ ମହିଳା କଳଷ ଯାତ୍ରାରେ ବାହାରି ଥିଲେ।ଘଣ୍ଟ ଘଣ୍ଟା ହୁଳାହୁଳି ଓ ହରିନାମ ସଂକିର୍ତ କରି ଗ୍ରାମବାସୀ ଶୋଭାଯାତ୍ରାକୁ ଭବ୍ୟ ସ୍ୱାଗତ କରିଥିଲେ।
ମନ୍ଦିର ପରିସରରେ ସୂର୍ଯ୍ୟ ପୂଜା, ଗୋ ପୂଜା ସହିତ ଘୃତ ଯଞ ଶୁଭାରମ୍ଭ କରାଯାଇଥିଲା।ଚଳିତ ବର୍ଷ କର୍ତ୍ତା ଭାବରେ ଦୀଲିପ୍ ସ୍ୱାଇଁ ଓ କର୍ତ୍ତୀ ଭାବରେ ପ୍ରମିଳା ନାୟକ।ସହକର୍ତ୍ତା ଭାବରେ ସୂର୍ଯ୍ୟ କାନ୍ତ ମିଶ୍ର ଓ ସହକର୍ତ୍ତୀ ଭାବରେ ଝରଣା ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଛନ୍ତି।ଆସନ୍ତାକାଲି ଯଞର ୨ୟ ଦୀବସ ରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଆୟୋଜକ ମଣ୍ଡଳି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।ଶ୍ରୀପଞ୍ଚମୀ ସରସ୍ବତୀ ପୂଜା ଦିନ ଯଞର ପୁର୍ଣ୍ଣାହୁତି ଅନୁଷ୍ଠିତ ହେବ।ତିନି ଦିନ ବ୍ୟାପୀ ଶ୍ରଦ୍ଧାଳୁ ଙ୍କ ପାଇଁ ଆନନ୍ଦ ବଜାର ପ୍ରସାଦ ବ୍ୟବସ୍ଥା ସହିତ ଭକ୍ତଙ୍କ ତୃଷ୍ଣା ନିବାରଣ ପାଇଁ ଜଗା ଚାକର ସଂଙ୍ଘ,ପୁରୀ ପକ୍ଷରୁ ଟଙ୍କ ତୋରାଣି ବ୍ୟବସ୍ଥା କରାଉଛନ୍ତି ସେବକ ମହେନ୍ଦ୍ର ମହାନ୍ତି।ଏତଦବ୍ୟତୀତ ପ୍ରତ୍ୟେହ ସଂଧ୍ୟାରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମନ୍ଦିର ମୁଖ୍ୟ ପୂଜକ ପ୍ରସନ୍ନ ଶଢଙ୍ଗି ସୂଚନା ଦେଇଛନ୍ତି।




