Religion

ଦିବ୍ୟ ଜନନୀ ଶ୍ରୀ ମା ଙ୍କ ପାଦୁକା ସ୍ଥାପନ ର 6ଷ୍ଟ ବାର୍ଷିକ ଉତ୍ସବ

ଆଜି ଛତିଆ ସ୍ଥିତ ମାତୃ ମନ୍ଦିର ରେ ଦିବ୍ୟ ଜନନୀ ଶ୍ରୀ ମା ଙ୍କ ପବିତ୍ର ପାଦୁକା ସ୍ଥାପନ ର 6ଷ୍ଟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି, ବ୍ରାହ୍ମ ମୁହୂର୍ତ୍ତ ରୁ ବେଦ ମା ଙ୍ଗ ଳି କ ମାତୃ ବନ୍ଦନା ମାତୃ ସମ୍ମିଳନୀ ପୂର୍ବାହ୍ନ 10ଟାରେ ପାଠ ଚକ୍ର ଅନୁଷ୍ଠିତ ହୋଇଥିଲା, ସମ୍ପାଦକ ଭାଗ୍ୟଧର ସାମଲ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ଆୟୋଜିତ ପାଠ ଚକ୍ର ରେ ରବୀନ୍ଦ୍ର ନାଥ ସୁତାର ଅଧକ୍ଷତା କରିଥିଲେ, ବିଶିଷ୍ଟ ମାତୃ ସାଧିକା ସୁଶ୍ରୀ ଉର୍ମିଳା ରାଉତ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଦିବ୍ୟ ଜନନୀ ଶ୍ରୀ ମା ଓ ଯୋଗୀ ଶ୍ରୀ ଅରବିନ୍ଦ ଙ୍କ ଅମୀୟ ଭାଵାଦର୍ଶ ଉପରେ ଆଲୋକପାତ କରିଥିଲେ, ସରୋଜିନୀ ପଢିଆରି ଓ ଅଜୟ ବାରିକ ମାତୃ ସଂଗୀତ ଗାନ କରିଥିଲେ, ମାତୃ ପାଦୁକା ଓ ପାବନ ପୀଠ ଉପରେ ଆଲୋଚନା କରିଥିଲେ ପ୍ରାକ୍ତନ ଅଧକ୍ଷ ଶତ୍ରୁଘ୍ନ ପ୍ରଧାନ, ନମିତା ରାୟ ଦୁର୍ଗା ସ୍ତୋତ୍ର ଓ ରାକେଶ ନାୟକ ସାବିତ୍ରୀ ଗ୍ରନ୍ଥ ପାଠ କରିଥିଲେ, ରଶ୍ମିତା ସାହୁ ଧ୍ୟାନ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି କାନୁନଗୋ ଦି ମଦର ପୁସ୍ତକ ପାଠ କରିଥିଲେ, ଅଶୋକ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ, ହରିହର ମଲିକ ସଦାଶିବ ନାୟକ ପ୍ରାଧ୍ୟାପକ ସୌଦାମିନୀ ମହାରଣା ବଂଶୀଧର ରାଉତ ଅଭିରାମ ଦାଶ ରବୀନ୍ଦ୍ର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦାନ କରିଥିଲେ, ଶିଶିର ସାମଲ ସନ୍ତୋଷ ଦାଶ ମାତୃ ନିଳୟମ ର ଅଧକ୍ଷ ଦିଲୀପ ମହାନ୍ତି ସମସ୍ତ ଅପା ଭାଇ କାର୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ପ୍ରକାଶ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ, ସମସ୍ତ ମାତୃଭକ୍ତ ବୃନ୍ଦ ପ୍ରସାଦ ସେବନ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button