ବନ୍ଧୁ ମିଳନର ୬୦ ବର୍ଷ ପୂର୍ତ୍ତି ପାଳନକଲେ ସଅଁରା ଓ ନାଲିବର୍ ହାଇସ୍କୁଲ ବିଦ୍ୟାର୍ଥୀ।


ତିର୍ତ୍ତୋଲ -: ଆଜିର ତାରିଖରେ ୬୦ ବର୍ଷ ବୟସରେ ସହପାଠୀ ମାନଙ୍କ ସହିତ ମିଳନ କିଏ ବା ଦେଖିବାର କଳ୍ପନା କରିଛି ! ଆଉ ଯିଏ ଦେଖିଛି ତାର ଆଖି ଆଗରେ ଅତୀତର ସ୍ମୃତି ଗୁଡାକ ଚଳଚ୍ଚିତ୍ରର ଦୃଶ୍ୟପରି ଛନ୍ଦାଛନ୍ଦି ହୋଇ ଭାସି ଯାଉଛି କାହିଁ କେତେ ଦୁରକୁ ! ଏହିପରି ଏକ ଅବିସ୍ମରଣୀୟ ମିଳନ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ସଅଁରା ଓ ନାଲିବର ହାଇ ସ୍କୁଲ ର ପୁରାତନ ଛାତ୍ରମାନଙ୍କ ମଧ୍ୟରେ ! ସମସ୍ତ ସହପାଠୀ ବୟସର ଅପରାହ୍ନରେ ପହଞ୍ଚି ଥିଲେ ବି ଅନେକ ସହପାଠୀ ବିଦାୟ ନେଇଗଲେଣି ଧରାପୃଷ୍ଠରୁ ! ତଥାପି ଯେଉଁ ମାନେ ଅଛନ୍ତି, ସେମାନଙ୍କୁ ନେଇ ୧୯୬୪-୬୮ ବ୍ୟାଚ୍ ର ଏକ ଅପୂର୍ବ ବନ୍ଧୁମିଳନ ଓ ଗୁରୁପୁଜନ ଉତ୍ସବ ପୁଣ୍ୟତୋୟା ହଂସୁଆ ନଦୀ ର ବେଳାଭୂମି ସ୍ଥିତ ନାଲିବର୍ ହାଇ ସ୍କୁଲ ପରିସରରେ,ଅତି ଆବେଗମୟ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ବନ୍ଧୁ ବନ୍ଧୁକୁ ପାଇ ଆନନ୍ଦରେ କୋଳାକୋଳି ହେବା, ଆଖିରୁ ଲୁହକୁ ଟାଣି ଆଣୁଥିବାର ଭାବ ଅତି ରମଣୀୟ ବୋଧ ହେଉଥିଲା ! ଏହି ମିଳନ ପର୍ବ ସମ୍ଭବ ହୋଇଥିଲା ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ତଥା ସମାଜସେବୀ ରବି ନାରାୟଣ ଦାଶ ଙ୍କ ପ୍ରାୟସରେ ଏବଂ ପ୍ରତ୍ୟକ୍ଷ ତତ୍ବାବଧାନରେ ! ଏହି ଉତ୍ସବରେ ଅଲେଖ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିଲା ବେଳେ ମୂଖ୍ୟଅତିଥି ଭାବେ ଶାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଯୋଗଦେଇ,ବନ୍ଧୁତ୍ୱର
୬୦ ବର୍ଷ ପୂର୍ତ୍ତି ପାଳନର ଚିନ୍ତାଧାରା କୁ ଉଚ୍ଚ ପ୍ରଶଂସା କରିଥିଲେ। ମୂଖ୍ୟ ଆବାହକ ନରୋତ୍ତମ ଭୂୟାଁ ସ୍ବାଗତ ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ପରେ ଦିବଂଗତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟରେ ଈଶ୍ୱରଙ୍କ ନିକଟରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଥିଲା। ଏହି ଅବସରରେ ଗୁରୁ ଧୁନଚନ୍ଦ୍ର ବିଶ୍ୱାଳ ଙ୍କୁ ଉତ୍ତରୀୟ ମାନପତ୍ର ଉପଢୌକନ ଓ ମାଲ୍ୟାର୍ପଣ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରା ଯାଇଥିଲା। ଅନ୍ୟ ସହପାଠୀ ମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ଦାଶ , ଉପେନ୍ଦ୍ର ନାଥ ଦାଶ , ଅମ୍ବିକାପ୍ରାସାଦ ଦାଶ, ନାରାୟଣ ସେଠୀ , ହଳଧର ନାୟକ, ଗୋପୀନାଥ ମଲ୍ଲ, ଗନ୍ଧର୍ବ ଖଟୁଆ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ଦେବେନ୍ଦ୍ର ପରିଡ଼ା, ଗଣେଶ୍ୱର ମଲ୍ଲ, ସାରଦା ଚରଣ ଶତପଥୀ , କୃଷ୍ଣଚନ୍ଦ୍ର ଦାଶ, ପ୍ରଖ୍ୟାତ ଚିତ୍ରଶିଳ୍ପୀ କ୍ଷେତ୍ରମୋହନ ସେଠୀ , ମହେଶ୍ୱର ବେହେରା , ରାଜକିଶୋର ଦାଶ, ବ୍ରଜବନ୍ଧୁ ସ୍ୱାଇଁ, ଗୋବିନ୍ଦ ଚନ୍ଦ୍ର ଭାରତୀ , ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, ଗଣେଶ୍ୱର ମଲ୍ଲ ପ୍ରମୁଖ ଏହି ଉତ୍ସବ ରେ ନିଜ ନିଜର ଅନୁଭୂତି ଓ ଅନୁଭବର ସ୍ମୃତି ଚାରଣ କରୁଥିବା ବେଳେ ଭବବିହ୍ୱଳ ହୋଇ ଉଠିଥିଲେ ।କାହା କାହା ଆଖିରୁ ବହିଆସିଥିଲା ଆନନ୍ଦର ଅମାନିଆ ଅଶ୍ରୁ !ତେବେ ସମସ୍ତ ସାଙ୍ଗମାନେ କାର୍ଯ୍ୟକ୍ରମର ସଫଳତା ପାଇଁ, ମୂଖ୍ୟ ବ୍ୟବସ୍ଥାପକ ରବିନାରାୟଣ ଦାଶ ଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି କୃତଜ୍ଞତା ଜଣାଇଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




