Religion

ରେକଡୋଲରେ ଷୋହଳ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ ।

 

କଣ୍ଟାମାଳ, ୧୧/୨: ( ପ୍ରଭାତ କୁମାର ସାହୁ) ପ୍ରଭୁଙ୍କ ସାନିଧ୍ୟ ହାସଲ କରିବା ନିମନ୍ତେ ଦାନ,ଧର୍ମ କରିବାରେ କିଏ ମନ୍ଦିରକୁ ଯାଇ ହୁଣ୍ଡିରେ ଦାନ ଦେଉଛି ତ କିଏ ମନ୍ଦିର ତୋଳୁଛି ତ କିଏ ପୋଖରୀ ଖୋଳୁଛି। କିନ୍ତୁ ରବିବାର ଦିନ ନିଆରା ଢଙ୍ଗରେ ଧର୍ମବିଶ୍ୱାସୀ ଜଣେ ମନାସକ ୩/୩ ଥର ନାମଯଜ୍ଞ କରୁଥିବା ଜଣେ ଗରିବ ଜ୍ୟୋତିଷର କଥା ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଘଟଣାଟି ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତ ସ୍ଥିତ ରେକଡୋଲ ଗ୍ରାମର ଗରିବ ଦିବସ ରଣାଙ୍କ କଥା। ଆସନ୍ତା ସୋମବାର ଦିନ ହେବାକୁଥିବା ୧୬ ପ୍ରହର ନାମଯଜ୍ଞର କର୍ତ୍ତା । ତେଣୁ ରବିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳୁ କର୍ତ୍ତା ଶ୍ରୀରଣା ୧୨୧ କଳସ ପାଇଁ ୧୨୧ ଜଣ ମହିଳାଙ୍କୁ ନୂତନ ଶାଢୀ ଓ ଗ୍ରାମର ପ୍ରତ୍ୟେକ ସଂକୀର୍ତ୍ତନଧାରୀଙ୍କୁ ଗାମୁଛା ପ୍ରଦାନ କରିଥିଲେ ଓ ସମସ୍ତ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ନିକଟସ୍ଥ ତେଲ ନଦୀରୁ ମା’ ଗଙ୍ଗାମାତାଙ୍କ ପୂଜାର୍ଚ୍ଚନା ପରେ ଜଳପୂର୍ଣ୍ଣ କଳସରେ ଘଣ୍ଟ ,ଶଙ୍ଖ,ମୃଦଙ୍ଗ ଓ ଘୁମୁରା ନାଚର ତାଳେ ତାଳେ ଗ୍ରାମ୍ୟ ପରିକ୍ରମା ପରେ ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା। କର୍ତ୍ତା ଶ୍ରୀରଣାଙ୍କ କହିବାନୁଶାରେ ସେ ଜଣେ ଗରିବ ଚାଷୀ ପରିବାର ବ୍ୟକ୍ତି ଥିଲେ। ବିବାହର ଅନେକ ବର୍ଷ ପରେ ବି ତାଙ୍କର କୌଣସି ସନ୍ତାନ ନ ହେବାରୁ ସେ ଜ୍ୟୋତିଷଙ୍କୁ ନିଜ ଭାଗ୍ୟର କଥା ପଚାରିଥିଲେ । ଜ୍ୟୋତିଷଙ୍କ ପରାମର୍ଶକ୍ରମେ ସେ ୨୦୦୩ ମସିହାରେ ଅଷ୍ଟପ୍ରହର ନାମଯଜ୍ଞ ନିଜେ କରିଥିଲେ। ବାସ । ତାପରେ ତାଙ୍କ କୋଳକୁ ସନ୍ତାନ ଆସିଲା ଏବଂ ଘରର ପରିସ୍ଥିତି ଦିନକୁ ଦିନ ଭଲ ଆସିବା ସହ ନିଜେ ଜଣେ ଜ୍ୟୋତିଷ ବନିଗଲେ । ଭଗବାନ ପ୍ରେମରେ ସେ ପଡିଗଲେ । ତେଣୁ ୨୦୧୫ ମଧ୍ୟ ସେ ପୁଣି ଅଷ୍ଟପ୍ରହର ନାମ ଯଜ୍ଞ କରିଥିଲେ। ଏବେ ମଧ୍ୟ ୧୬ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା ସରିଛି। ଉକ୍ତ କଳସ ଯାତ୍ରାରେ ନିଜସ୍ତୀ ଦେବକୀ ରଣାଙ୍କ ସହ କର୍ତ୍ତାକାର୍ଯ୍ୟ ତୁଲାଇ ଥିବା ସଂଗେ ସଂଗେ ପଣ୍ଡିତ ବିମ୍ବାଧର ପଣ୍ଡା, ମନୋଜ ପାଣିଗ୍ରାହୀ ପୂଜା କାର୍ଯ୍ୟ ତୁଲାଇଛନ୍ତି ଓ ସମସ୍ତ ଗ୍ରାମବାସୀ ସହଯୋଗ କରିଛନ୍ତି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button