State
ମାନ୍ୟବର ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଦ୍ଵାରା ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ


ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ବ୍ଲକ ସ୍ତରୀୟ ସହାୟତା ବଣ୍ଟନ ଶିବିର ଭୁବନ ଏନ୍ଏସି ବାଜିରାଉତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଭୁବନ ବ୍ଲକ ଏବଂ କାମାକ୍ଷାନଗର ବ୍ଲକର ଏଗାର ସହ ହିତାଧିକାରୀଙ୍କୁ ପାଖାପାଖି ଛଅ କୋଟି ଟଙ୍କା ଯୋଗଇଦିଆଇଯାଇଛି। ବିଶେଶକରି ବିବାହ ସହାୟତା, ଶିକ୍ଷା ସହାୟତା, ମୃତ୍ୟୁକାଳିନ ସହାୟତା, ମାତୃତ୍ୟ ସହାୟତା ସହ ଶ୍ରମିକଙ୍କୁ ନୂଆ ଶ୍ରମିକ କାର୍ଡ ଯୋଗାଇଦିଆଇଯାଇଛି। ଏହି ଅବସରରେ ମୂଖ୍ୟଅତିଥି ଭାବେ ରାଜ୍ୟସରକାରଙ୍କ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସହାୟତା ରାଶି ବଣ୍ଟନ କରିଥିଲେ। ସମ୍ନାନୀତ ଅତିଥି ଭାବେ ଜିଲ୍ଲା
ଶ୍ରମ ଅଧିକାରୀ ସଂଗ୍ରାମ ଦଳେଇ, ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ,ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ଶହ ଶହ ହିତାଧିକାରୀ ଯୋଗଦେଇଥିଲେ।
ଭୁବନ ରୁ ସ୍ଵତନ୍ତ୍ର ରିପୋର୍ଟର ଅରୁଣ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ news




