ଜଗନ୍ନାଥ ମନ୍ଦିର ରତ୍ନ ମୁଦ୍ ପାଇଁ 108 ଶୁଭ କଳସ ଯାତ୍ରା….


ହରଭଙ୍ଗା :(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଂଙ୍ଗ ପଞ୍ଚାୟତ ରେ ନୂତନ ଜଗନ୍ନାଥ ମନ୍ଦିରର ରତ୍ନ ମୁଣ୍ଡି ଆସନ୍ତା କାଲି ସମାପନ କରାଯିବ l ଏହି ଅବସରରେ ଆଜି ପ୍ରଭାତ ରୁ 108ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ କୁସଙ୍ଗ ବଡ ନାଳ ରୁ ରୀତିନୀତି ଅନୁଯାଇ ଗଙ୍ଗା ମାତାଙ୍କୁ ପୂଜାର୍ଚ୍ଚନା କରି ପୂର୍ଣ୍ଣ ଜଳ ସଂକଳ୍ପ କଳସ ଅଣାଯାଇଥିଲା l ଏହି କଳସ ଯାତ୍ରା ରେ ଗ୍ରାମର ଦୌନ୍ତିଆ ବାବୁଲା ଭୋକ୍ତା ଓ ତାଙ୍କ ଧର୍ମପତ୍ନୀ ଗୋଲାପ ଭୋକ୍ତା କର୍ତ୍ତା ଭାର ଗ୍ରହଣ କରି ବାବା ଚନ୍ଦ୍ର ଶେଖର ଶୈବ ପୀଠରେ ଘେରା ମାରିଵା ସହିତ ଅନ୍ୟପଟେ ମା ଦକ୍ଷିଣ କାଳୀ ମନ୍ଦିର କୁସଙ୍ଗ ରୁ ପାଟଭୁକ୍ତା ଶ୍ରୀକାନ୍ତ ଗୁରୁ ପୂଜାର୍ଚନା କରି ମାଙ୍କ ଆଜ୍ଞା ମାଳ ଧରି ଜଗନ୍ନାଥ ମନ୍ଦିର ଅଭିମୁଖେ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l ମନ୍ଦିରରେ ପୂର୍ଣ୍ଣ କଳସି ପହଂଚିବା ପରେ ପୁଣି ରୀତିନୀତି ଅନୁଯାଇ ପୂଜାର୍ଚନା କରି ଯଜ୍ଞ ମଣ୍ଡପ ରେ ସଂକଳ୍ପ କଳସ କୁ ଅବସ୍ଥାପିତ କରାଯାଇଥିଲା। ଏହି 108 କଳସ ଯାତ୍ରାରେ କୁଶଙ୍ଗ ଗ୍ରାମ୍ୟକମିଟିର ସଭାପତି ଅନାଦି ପ୍ରଧାନ, ଉପସଭାପତି କବିରାଜ ସାହୁ, ସଂପାଦକ ଅଭୟ ଭୋକ୍ତା, ସଦସ୍ୟ ଭଗବାନ ହୋତା, କିଶୋରୀ ଭୋକ୍ତା, ପ୍ରଫୁଲ୍ଲ ମହାପାତ୍ର, ସଞ୍ଜୟ ଦେହୁରୀ, ଅକ୍ଷୟ କୁମାର ସାହୁ, ପ୍ରମୋଦ ସାହୁ, ବଇକୁଣ୍ଠ ଦନାୟକ, ବଳରାମ ସାହୁ, ନାରାୟଣ ତ୍ରିପାଠୀ, ନିରଞ୍ଜନ ମିଶ୍ର ଓ ଶତାଧିକ ଗ୍ରାମବାସୀ ସାମିଲ ଥିଲେ l



