State

୧୨ଏକର ଜଙ୍ଗଲରେ ଚାଷ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ 

 

କଣ୍ଟାମାଳ, ୧୦।୨(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି l ସୂଚନା ପ୍ରକାରେ ଘଣ୍ଟାପଡ଼ା ଥାନା ଏସଆଇ ବିଶ୍ଵାମିତ୍ର ଲୋଇଙ୍କ ନେତୃତ୍ୱରେ ଏକ ଦଳ ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାଦେନ ଗ୍ରାମ ଜଙ୍ଗଲରେ ଚଢ଼ାଉ କରି ବେଆଇନ ଗଞ୍ଜେଇ ରୋପଣ ହୋଇଥିବା ପ୍ରାୟ ୧୨ଏକର ଜଙ୍ଗଲରୁ ୧୧ହଜାର ଗଞ୍ଜେଇ ଗଛ କାଟିବା ସହିତ ପୋଡି ଦେଇ ନଷ୍ଟ କରିଛନ୍ତି l ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୧.୨୦କୋଟି ଟଙ୍କା ହେବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି l ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ବଳଭଦ୍ର ଗଣ୍ଡା ସୂଚନା ଦେଇଛନ୍ତି ଏବଂ ଗ୍ରୀନ ସୁଇପ ଅଭିଯାନରେ ଶନିବାର ଲଗାତର ଚତୁର୍ଥ ଦିନରେ ଅଧିକ ଗଞ୍ଜେଇ ଗଛ ନଷ୍ଟ କରିଥିବା ପ୍ରକାଶ କରିଛନ୍ତି। ଉକ୍ତ ଅଭିଯାନର ଚଢ଼ାଉ ସମୟରେ ଘଣ୍ଟାପଡ଼ା ପୋଲିସ କର୍ମଚାରୀ ,ହୋମଗାର୍ଡ ଏବଂ ଆଇଆରବି ଯବାନ ସାମିଲ ଥିଲେ l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button