ବିଜେପି ବୌଦ୍ଧ ଜିଲ୍ଲା ପକ୍ଷରୁ ପଲସାଗୋରା ଠାରେ ମାତୃଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ


କଣ୍ଟାମାଳ,ତା ୧୦.୦୨.୨୪ 🙁 ପ୍ରଭାତ କୁମାର ସାହୁ) ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ” ମାତୃ ଶକ୍ତି ବନ୍ଦନ”କାର୍ଯ୍ୟକ୍ରମ କଣ୍ଟାମାଳ ବିଧାନସଭା ଅନ୍ତର୍ଗତ ପଲସାଗୋରା ଠାରେ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେପି ଉପ ସଭାପତି ସୁଶ୍ରୀ ରଶ୍ମିମୟୀ ପଟ୍ଟନାୟକ କାର୍ଯ୍ୟକ୍ରମର ମୁଖ୍ୟ ଭାବେ ଯୋଗଦେଇ ଉପସ୍ଥିତ ଥିବା ସମସ୍ତ ସଖା ଓ ସାଖୀମାନଙ୍କର ଶକ୍ତି ଉପରେ ମାର୍ଗଦର୍ଶନ କରିଥିଲେ । ବିଶେଷ କରି ସମସ୍ତ ମହିଳା ମଣ୍ଡଳର କର୍ମକର୍ତ୍ତା ପ୍ରମୁଖଙ୍କ ଦ୍ଵାରା କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରେରିତ ସମସ୍ତ ପ୍ରକାର ଜନହିତକର ଯୋଜନାକୁ ମହିଳାମାନଙ୍କ ଉନ୍ନତି କରଣ ହୋଇଛି ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦିଜୀ ଙ୍କ ଦ୍ଵାରା ବିଗତ ସାଢେ଼ ନ ବର୍ଷ ଧରି ଶାସନ କାଳରେ ହୋଇଥିବା ବିଭିନ୍ନ ଐତିହାସିକ କାର୍ଯ୍ୟକ୍ରମକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ହେବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।ଜିଲ୍ଲା ସଂଯୋଜକ ଶ୍ରୀ କର୍ଣ୍ଣେଲ ଶିଶିର କୁମାର ଘୋଷ ଆଜିର କର୍ମଶାଳା ପାଇଁ ଦିଗ ଦର୍ଶନ ପ୍ରଦାନ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚା ସାଧାରଣ ସଂପାଦକଙ୍କ ସହିତ କନ୍ଧମାଳ ମ୍ୟୁନିସିପାଲଟିର ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣି ମହାନ୍ତି,ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ କହ୍ନେଇ ଚରଣ ଡାଙ୍ଗ,ସୁକାନ୍ତ କୁମାର ପାଣିଗ୍ରହୀ, ପଦ୍ମାଳୟା ପ୍ରଧାନ, ରଶ୍ମିତା ରଣା , ପୁଷ୍ପା ମହଲା , ଅନିଲ କୁମାର ପ୍ରଧାନ, ପିନାକ ଧର ରଣା ଓ ନିରଞ୍ଜନ କର୍ଣ୍ଣ ଙ୍କ ସହିତ ଵହୁ ମହିଳା ନେତ୍ରୀଙ୍କ ସହିତ ମଣ୍ଡଳ ମୋର୍ଚ୍ଚାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।




