Education

ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

 କଣ୍ଟାମାଳ, ୧୦/୨ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଖଟଖଟିଆ ଶ୍ରୀ ଜଗନ୍ନାଥ ସରକାରୀ ହାଇସ୍କୁଲ ଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନୀ କ୍ଷେତୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବି ଇ ଓ ସନୋଜ ସେଠି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ଉକ୍ତ ସମ୍ମିଳନୀରେ ଉଚ୍ଚ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା | ଶିକ୍ଷକ ଶୁକଦେବ ବଗର୍ତ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ବିଶ୍ୱଜିତ ବାରିକ, ନରେନ୍ଦ୍ର ପ୍ରଧାନ,ପଞ୍ଚାନନ ପ୍ରଧାନ, ଅଜୟ ସାହୁ, ବିଭୁତି ଭୂଷଣ କଅଁର, ଆରତୀ ନାଏକ ଓ ପ୍ରବେଶ ସାହୁ ପରିଚାଳନାରେ ସହଯୋଗ କରିଥିଲେ |ଆମ୍ବଗାଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button