Religion

ହରିଶଙ୍କର ପୀଠ ରେ ସତସଙ୍ଗ ମହୋତ୍ସବ

 

ପାରିଆ ପଂଚାୟତ ଅଧୀନ ବରୁଣିଆ ଉପଯୋଜନା କେନ୍ଦ୍ର ଆନୁକୂଲ୍ୟରେ ଗତକାଲି ହରିଶଙ୍କର ଙ୍କ ପୀଠରେ ଅଧର୍ଜୁ କର୍ମୀ ଖାରବେଳ ସେଠ୍ ଙ୍କ ତତ୍ୱା ବଧାନ ରେ ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 136ତମ ଜନ୍ମ ଉତ୍ସବ ତଥା ଗ୍ରାମ ର 30ତମ ବାର୍ଷିକ ସତସଙ୍ଗ ମହୋତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଅଛି, ଉଷା କୀର୍ତନ ଉଷା ବିନତି ଅପରାହ୍ନ ରେ ଶ୍ରୀ ଶ୍ରୀ ଠାକୁର ଙ୍କୁ ସୁ ସଜିତ ରଥ ରେ ବସାଇ ନଗର ପରିକ୍ରମା କରାଯାଇଥିଲା, ସନ୍ଧ୍ୟା 7ଟାରେ ସତସଙ୍ଗ ଓ ସଦାଲୋଚନା ଅନୁଷ୍ଠିତ ହୋଇଥିଲା, ସାରସ୍ୱତ ସାଧକ ବର୍ଷିଆନ ଋତ୍ଵିକ ନୃସିଂହ ଚରଣ ସା ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଶ୍ରୀ ଶ୍ରୀ ଠାକୁର ଙ୍କ ଦିବ୍ୟ ଜୀବନୀ ଉପରେ ଗଭୀର ଆଲୋକପାତ କରିଥିଲେ, ଚଣ୍ଡିଖୋଲ ସତସଙ୍ଗ ବିହାର ସଭାପତି ସହ ପ୍ରତି ଋତ୍ଵିକ ସତ୍ୟ ପିର ନାୟକ ସତସଙ୍ଗ ପରିଚାଳନା କରିଥିବା ବେଳେ ଖାରବେଳ ସେଠ୍ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ, ସହ ପ୍ରତି ଋତ୍ଵିକ ଫକୀର ଚରଣ ପୃଷ୍ଟି ଦେବେନ୍ଦ୍ର ନାୟକ ଚିତ୍ତ ରଞ୍ଜନ ସାହୁ ନାରାୟଣ ଚନ୍ଦ୍ର ପ୍ରଧାନ ଅଶୋକ ମଲିକ ଦେବେନ୍ଦ୍ର ବେହେରା ଓ ଠାକୁର ଙ୍କ ପବିତ୍ର ପାଞ୍ଜା ଧାରୀ ବହୁ ଯାଜକ ଅଧର୍ଜୁ କର୍ମୀ ମଣ୍ଡଳୀ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରିଥିଲେ, ଓଡିଶା ର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ମହେଶ୍ୱର ନାୟକ ଓ ମନ୍ଦାକିନୀ ଶ୍ରୀୟା ଭକ୍ତି ସଂଗୀତ ତଥା କୋରସ ଗାନ କରିଥିଲେ, ଅଧର୍ଜୁ କର୍ମୀ ଅନନ୍ତ ଚରଣ ସାମଲ କୀର୍ତ୍ତନ ପରିବେଷଣ କରିଥିଲେ, ଅମୀୟଝରି କାନପୁର ବୁଡ଼ାକେନ୍ଦୁଆ ନାଂଡୁଆ ପାରିଆ ସାତ ମାଣ ଖଣ୍ଡ ବନ୍ଧ କଳ କଳା ନଳିଦା ଆଦି ଅଂଚଳ ବାସି ଏଥିରେ ସହଯୋଗ କରିଥିଲେ, ଇଞ୍ଜିନିଅର ସୁନୀଲ ଶେଖର ପଣ୍ଡା ରଘୁନାଥ ପ୍ରଧାନ ଲଖ୍ମଣ ଲେଙ୍କା ବିଚିତ୍ର ପ୍ରଧାନ ଚିତ୍ତ ରଞ୍ଜନ ସାହୁ ଅକ୍ଷୟ ରାଉତ ଅଜୟ ନାୟକ ସନ୍ତୋଷ ସ୍ୱାଇଁ ସତ୍ୟ ପ୍ରକାଶ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁ ଭାଇ ଓ ମା ମାନେସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news

Related Articles

Back to top button