Religion

୧୯ତମ ପାତାଳୀ ମହୋତ୍ସବ ପାଇଁ କଳଶ ଶୋଭାଯାତ୍ରା

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ୧୯ତମ ପାତାଳୀ ମହୋତ୍ସବ ପାଇଁ ଆଜି ଭବ୍ୟ କଳଶ ଓ ସାଂସ୍କୃତିକ ଶୋଭାଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ପୂଜାର୍ଚ୍ଚନା କରି ଜଗନ୍ନାଥ ପୋଖରୀ ରୁ କଳଶ ବୋହି ଶୋଭାଯାତ୍ରା ରେ ବାହାରିଥିଲେ। ଯଥାବିଧି ଦେବ ନିମନ୍ତ୍ରଣ,କର୍ତ୍ତା କର୍ତ୍ତୀଙ୍କ ସଂକଳ୍ପ ଧାରଣ ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ୧୫୧ଜଣ ମହିଳା କଳଶ ଶୋଭାଯାତ୍ରା ରେ ବାହାରି ନାମ ମଣ୍ଡପ,ଯଜ୍ଞ ମଣ୍ଡପ ରେ ସ୍ଥାପନ କରିଥିଲେ।ଏଥିପାଇଁ ଆଜି ପାତାଳୀ ଶ୍ରୀକ୍ଷେତ୍ର ଉତ୍ସବ ମୁଖର ହୋଇଥିଲା। ଆସନ୍ତାକାଲି ଠାରୁ ୫୬ପ୍ରହରୀ ନାମଯଜ୍ଞ,ଭାଗବତ ସପ୍ତାହ ପାରାୟଣ ଓ ଘୃତଯଜ୍ଞ ଓ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।ଆସନ୍ତା ୧୭ରେ ମହୋତ୍ସବ ପୂର୍ଣ୍ଣାହୁତି ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ

Related Articles

Back to top button