Education

ଆଇ.ଆଇ. ଏମ. ସି ଢେଙ୍କାନାଳରେ ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମରେ ବି.ବି. ହାଇସ୍କୁଲ ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରୀ-ଛାତ୍ରଙ୍କ ଯୋଗଦାନ

 

ଢେଙ୍କାନାଳ:୦୮.୦୨.୨୦୨୪ ରିଖ:( ) ଭାରତୀୟ ଜନସଂଚାର ସଂସ୍ଥାନ,ଢେଙ୍କାନାଳ ଦ୍ୱାରା ଆୟୋଜିତ ମିଡିଆ ପଦଯାତ୍ରାରେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଅଷ୍ଟମ ଓ ନବମ ଶ୍ରେଣୀର ୨୧ ଜଣ ଛାତ୍ରୀ ଛାତ୍ର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ),ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ଯୁଗ୍ମ ମାର୍ଗଦର୍ଶନରେ ଓ ବିଦ୍ୟାଳୟ ସାଂସ୍କୃତିକ ବିଭାଗ ଦାୟିତ୍ଵରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡଃ ଅନୁପମା ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଯାଇ କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ ଓ ବୃତ୍ତି ପରାମର୍ଶ କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ ଆଇ.ଆଇ.ଏମ.ସି ଢେଙ୍କାନାଳ ଦ୍ୱାରା ପ୍ରାୟୋଜିତ ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମରେ ସଫଳ ଯୋଗଦାନ କରିଥିଲେ | ଏହି କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ ପିଲାମାନେ କ୍ୟାମ୍ପସ ଭିତରେ ଥିବା ମିଡିଆ ସଂଗ୍ରହାଳୟ ପରିଦର୍ଶନ କରି ସମସ୍ତ ଉପକରଣ ବିଷୟରେ ଧାରଣା ପାଇଥିଲେ । ବୃତ୍ତି ପରାମର୍ଶ କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ ସଂସ୍ଥାନର ସହକାରୀ ପ୍ରଫେସର ଡକ୍ଟର ହରିକୃଷ୍ଣ ବେହେରା ଓ ଏକାଡେ଼ମିକ ସହଯୋଗୀ ସୌମ୍ୟ ରଞ୍ଜନ ବିହାରା | ଛାତ୍ରୀ ଛାତ୍ରମାନେ ପୁରାତନ କ୍ୟାମେରା ଉପକରଣଠାରୁ ଆରମ୍ଭ କରି ବହୁ ପୁରାତନ ଖବରକାଗଜ କପି ପର୍ଯ୍ୟନ୍ତ ସମସ୍ତ ଜିନିଷ ଦେଖିଥିଲେ | ଏହି କାର୍ଯ୍ୟକ୍ରମର ଆୟୋଜନ କରୁଥିବା ଆଇ.ଆଇ.ଏମ.ସି. ଓଡ଼ିଆ ସାମ୍ବାଦିକତା ଛାତ୍ରୀ ଛାତ୍ର ମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମିଡିଆ ଦୃଶ୍ୟପଟ୍ଟରେ କେତେ ପରିବର୍ତ୍ତନ ହୋଇଛି ତାହା ସ୍କୁଲ ପିଲାମାନଙ୍କୁ ଜଣାଇବା ।ମୁଦ୍ରଣରୁ ଡିଜିଟାଲକୁ ସ୍ଥାନାନ୍ତରିତ ହୋଇଥିବା ”ଖବର ଲାହରିଆ” ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ । ଏହାସହ ଉଦ୍ଦୀୟମାନ ମୋବାଇଲ ସାମ୍ବାଦିକତା ଉପରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ।କ୍ୟାରିୟର ବିକଳ୍ପ ଭାବରେ ଗଣମାଧ୍ୟମ କିପରି ଫଳପ୍ରଦ ତାହା ମଧ୍ୟ ଆଲୋଚନା  କରାଯାଇଥିଲା | ଏହି ଅବସରରେ ଭାରତୀୟ ଜନ ସଂଚାର ସଂସ୍ଥାନ,ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ଼ଃ ମୃଣାଳ ୧୫ ଅଗଷ୍ଟ ୧୯୪୭ ମସିହାରେ ଭାରତର ପ୍ରଥମ ସ୍ୱାଧୀନତା ଦିବସରେ ପ୍ରକାଶିତ ଖବରକାଗଜ ଗୁଡ଼ିକର ମୁଦ୍ରିତ ପ୍ରଥମ ପୃଷ୍ଠାରେ ପ୍ରକାଶିତ ସ୍ମରଣୀୟ ମୁହୂର୍ତ୍ତର ସୃତିର ଝଲକ ପୋଷ୍ଟକାର୍ଡ ସେଟ ବିଦ୍ୟାଳୟ ସାଂସ୍କୃତିକ ବିଭାଗ ଦାୟିତ୍ଵରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡଃ ଅନୁପମା ମିଶ୍ର ଓ ମାର୍ଗଦର୍ଶକ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ହସ୍ତରେ ବିଦ୍ୟାଳୟର ଇ-ଲାଇବ୍ରେରୀରେ ପ୍ରଦର୍ଶନ ପାଇଁ ପ୍ରଦାନ କରିଥିଲେ।ପରିଶେଷରେ ଛାତ୍ରୀ ଛାତ୍ର ଓ ସହଯୋଗୀ ଶିକ୍ଷୟିତ୍ରୀ,ଶିକ୍ଷକ ମାନଙ୍କୁ ବ୍ୟକ୍ତିଗତ ଧନ୍ୟବାଦ ଅର୍ପଣ ସହ ଏକ ଗ୍ରୁପ୍ ଫଟୋଗ୍ରାଫ୍ ନିଆଯାଇଥିଲା ।

 

 

 

Related Articles

Back to top button