ଭାରତର ପ୍ରଦୂଷଣ କମ୍ ରହିତ ଦୁଇ ଚକିଆ ଯାନର ତ୍ରୁଟି ସୁଧାରିବା ପାଇଁ ସ୍ପିଡ୍ ଫୋର୍ସ କମାନିର ସୋରୁମ୍ ଉଦ୍ଘାଟନ


ଭବାନୀପାଟଣା ଠାରେ ଭାରତର ପ୍ରଦୂଷଣ କମ୍ ରହିତ ଥିବା ଦୁଇ ଚକିଆ ମୋଟର ସାଇକଲ ସୁଧାର କରିବା ପାଇଁ ଭାରତର ଅଗ୍ରଣୀ ମୋଟର ସାଇକଲ ସ୍ପିଡ ଫୋର୍ସ ତରଫ ରୁ ଭବାନୀପାଟଣା କେସିଙ୍ଗା ଯିଵା ରାସ୍ତା ରେ କଣ୍ଟାବାଞ୍ଜି ଛକ ନିକଟରେ ଏର କେ ମୋଟରସ ସର୍ଭିସ ଉଦ୍ଘାଟନ ହୋଇ ଯାଇଛି । ଏହି ଉଦ୍ଘାଟନ ଉତ୍ସବ ରେ ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଏବଂ ବଶିଷ୍ଠ ସମାଜସେବୀ ଗୃହଦୂର୍ଗ ରିବନ୍ କାଟି ଏହି ସର୍ଭିସ ସେଣ୍ଟର୍ କୁ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନ ଉତ୍ସବରେ ଏର କେ ମୋଟରସ ର ମାଲିକ ରୋହିତ ମହାନନ୍ଦ ମେନେଜର- ଜୟନ୍ତ ନାଏକ,ମୋଟର ସାଇକେଲ ଯନ୍ତ୍ରୀ ଅନିମେସ ଦେ ସହିତ ସଞ୍ଜୟ ଭଟ୍ଟାଚାର୍ଯ୍ୟ ଏବଂ ଅନେକ ଗଣ୍ୟ ମାନ୍ୟ ବ୍ୟକ୍ତି ଯୋଗ ଦେଇ ଥିଲେ। ଏହି ସ୍ପିଡ ଫୋର୍ସ ମୋଟର ଗୁଜୁରାଟ ବଡୋଦ୍ରା ଅଞ୍ଚଳରେ ଏବଂ ଅନ୍ତର୍ଜାତୀୟ କପାନି ଅଟୋ । ଏହି କମ୍ପାନୀ ର ଭାରତ ସାରା ୨୭ ରାଜ୍ୟ ରେ ଏବଂ ୨୦୦ ରୁ ଅଧିକ ସର୍ଭିସ ପଏଣ୍ଟ ରହିଛି । ଓଡ଼ିଶାରେ ଏହାର ୭ କୋଟି ସର୍ଭିସ ପଏଣ୍ଟ ରହି ଥିବା ବେଳେ କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ଠାରେ ଏହାର ପ୍ରଥମ ସର୍ଭିସ ସେଣ୍ଟର ଉଦଘାଟନ ହୋଇଛି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ





