Education

କୃଷ୍ଣାନନ୍ଦପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ

 

ଗତ ଫେବୃଆରୀ ମାସ ତାରିଖ ୦୨-୦୨-୨୦୨୪ ଦିନ କୃଷ୍ଣାନନ୍ଦପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା ଯେଉଁଥିରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସେଖ ଅମାନୁଲ୍ଲାଙ୍କୁ ତାଙ୍କ କାର୍ଯ୍ୟ ଦକ୍ଷତା ଓ ନିଶ୍ଵାର୍ଥ ପର ସେବା ମନୋଭାବ ହେତୁ ବିଦ୍ୟାଳୟର ପରିବେଷ ଦିନକୁ ଦିନ ଉନ୍ନତି ପଥରେ ଅଗ୍ରସର ହୋଇ ଚାଲିଛି, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଆପ୍ରାଣ ଉଦ୍ୟମ ଓ ନିଷ୍ଠାପର ସହ ଶିକ୍ଷା ପ୍ରଦାନ ହେତୁ ବିଦ୍ୟାଳୟର ଦୁଇ ଜଣ ଛାତ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଯୋଗୀତା ପାଇଁ ମନୋନୀତ ସୋଇଛନ୍ତି । ଏଣୁ କୃଷ୍ଣାନନ୍ଦପୁର ଗ୍ରାମପଞ୍ଚାୟତର ମାଇନୋରିଟୀ ୱେଲଫେୟାର ସୋସାଇଟି (ସମାଜ ସେବୀ ସଂଗଠନ) ଓ ବିଶିଷ୍ଟ ସମାଜ ସେବୀ ମାନେ ପ୍ରଧାନ ଶିକ୍ଷକ ଶ୍ରୀ ସେଖ ଅମାନୁଲ୍ଲାଙ୍କୁ ତାଙ୍କ କାର୍ଯ୍ୟ ଦକ୍ଷତା ଓ ନିଶ୍ଵାର୍ଥ ପର ସେବା ମନୋଭାବ ପାଇଁ ପୁଷ୍ପଗୁଚ୍ଛ ଓ ଉତ୍ତରୀ ପ୍ରଦାନ କରି ତାଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ଭଲ କାର୍ଯ୍ୟ ଦକ୍ଷତା ଦେଖାଇବା ପାଇଁ ଆଶା ପ୍ରକଟ କରିଥିଲେ।ଉକ୍ତ ସଭାରେ ଉପସ୍ଥିତ ସମାଜ ସେବୀ ମାନେ ହେଲେ କୃଷ୍ଣାନନ୍ଦପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ଆଲୁମିନି ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ମିର ମହମ୍ମଦ କଲିମ ସେକ୍ରେଟାରୀ ରବିନ୍ଦ୍ର ନାଥ ସାହୁ ସେଖ ରମଜାନ ଅଲି ରବିନ୍ଦ୍ର ନାଥ ଖଟୁଆ, ସେଖ ନିଆଜ ଉଦ୍ଦିନ ସେଖ ସନାଓର ଅଲି, ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ ମାଇନୋରିଟୀ ୱେଲଫେୟାର  ସୋସାଇଟିର ଅଦ୍ଦକ୍ଷ ହାଜୀ ସେଖ ସଲାଉଦ୍ଦିନ, ସେକ୍ରେଟାରୀ ହାଜୀ ସେଖ ତୟବ ଅଲି, ମହମ୍ମଦ ହୁସେନ, ମହମ୍ମଦ ଜକରିୟା ସୋସାଇଟି ର ସମସ୍ତ ସଦସ୍ୟମାନେ । *ତିର୍ତ୍ତୋଲ ରୁ ସନାଓର* *ଅଲିଙ୍କ ରିପୋର୍ଟ ସମର୍ଥ* *ନିୟୁଜ ଓଡ଼ିଶା

Related Articles

Back to top button