State

କଟକ ଚାନ୍ଦବାଲି ରାଜ୍ୟ ରାଜ ରାସ୍ତାର ଗାଙ୍ଗପଡା ଛକରେ ଭୟଙ୍କର ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ

 

–//କଟକ ଚାନ୍ଦବାଲି ରାସ୍ତାର

ଗାଙ୍ଗପଡା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଘଟଣା ସ୍ଥଳରେ ଜଣେ ମୃତ।ମୃତବ୍ୟକ୍ତିଙ୍କ ଘର ସ୍ଥାନୀୟ ଭରସିଂହ ଗ୍ରାମରେ।ମୃତ୍ୟୁ ବ୍ୟକ୍ତି ନୃସିଂହ ରାଉତ ବୟସ ୫୬ ବୋଲି ଜଣାପଡିଛି।ପଟ୍ଟାମୁଣ୍ଡାଇ ରୁ କେନ୍ଦ୍ରାପଡା ଅଭିମୁଖେ ଆସୁଥିବା କାର ଯାହାର ନମ୍ବର OD 33AL 0309 କାର ଗାଡ଼ିଟି ଅତି ଦୃତଗତିରେ ଯାଇ ବିପରୀତ ଦିଗରୁ ସାଇକେଲରେ ଆସୁଥିବା ନୃସିଂହଙ୍କୁ ସାମନା ପଟରୁ ଧକା ଦେଇଥିଲା।ଫଳରେ ନୃସିଂହ ୧୦ ଫୁଟ ଉପରକୁ ଉଠିଯାଇ ୪୦ ଫୁଟ୍ ଦୁରକୁ ଛିଟିକି ଯାଇ ପଡିଥିଲେ। ତେବେ ଦୁର୍ଘଟଣା ର ଶବ୍ଦଶୁଣି ପାଖଆଖରେ ଥିବା ଲୋକେ ଚମକି ପଡିଥିଲେ।ଦୁର୍ଘଟଣା ଘଟାଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା କାର ଟି କୁ ଲୋକମାନେ ଅଟକାଇ ଥିଲେ।ପରେ ନୃସିଂହm ଙ୍କୁ ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡି ଛଟପଟ ହେଇଥିବା ଦେଖି ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ହେଲେ ସେଠାରେ ବିଭାଗୀୟ ଡାକ୍ତର ନୃସିଂହଙ୍କୁ ମୃତ ଘୋଷଣା କରିଥିଲେ।ପରେ ପରିବାରଲୋକେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ଶବକୁ ଜବତକରି ବ୍ୟବଚ୍ଛେଦ କରାଇ ମୃତଶରୀରକୁ ସଂସ୍କାର ପାଇଁ ପରିବାର ସଦସ୍ୟକୁ ହସ୍ତାନ୍ତର କରିଛି।ଏଭଳି ଦୁଖଦ ଘଟଣାପରେ ମଧ୍ୟ ପୁଅ ସନ୍ଦିପ ରାଉତ ଦୁର୍ଘଟଣା ରେ ମୃତ ପିତା ନୃସିଂହ ଙ୍କ ଅଙ୍ଗଦାନ କରିବା ପାଇଁ ସ୍ଥିର କରି ଚକ୍ଷୁଦାନ କରି ମହାନତା ର ପରିଚୟ ଦେଇଛନ୍ତି ପୁଅ ସନ୍ଦିପ୍ ।ଏପଟେ ଦୁର୍ଘଟଣା ଘଟାଇଥିବା କାର ଚାଳକ ବାବୁନା ସାମଲକୁ କେନ୍ଦ୍ରାପଡା ସଦର ପୋଲିସ ଅଟକ ରଖିବା ସହିତ ଦୁର୍ଘଟଣା ଘଟାଇ ଥିବା କାରଟିକୁ ଜବତ କରିଛି।ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳ ରେ ଏକ ପ୍ରକାର ଭରସିଂହ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

 

*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ଓଡିଶା ସିଟି ନିୟୁଜ )*

Related Articles

Back to top button