State
ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ


କଣ୍ଟାମାଳ,୭।୨(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି l ସୂଚନା ପ୍ରକାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡ଼ା ଥାନା ଏସଆଇ ବିଶ୍ଵାମିତ୍ର ଲୋଇଙ୍କ ନେତୃତ୍ୱରେ ଏକ ଦଳ ଉମା ପଞ୍ଚାୟତ ଅନ୍ତର୍ଗତ ସମାଡାଙ୍କି ଗ୍ରାମ ଜଙ୍ଗଲରେ ଚଢ଼ାଉ କରି ବେଆଇନ ଗଞ୍ଜେଇ ରୋପଣ ହୋଇଥିବା ପ୍ରାୟ ୧୦ହଜାର ଗଞ୍ଜେଇ ଗଛ କାଟିବା ସହିତ ପୋଡି ଦେଇ ନଷ୍ଟ କରିଛନ୍ତି l ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୧କୋଟି ଟଙ୍କା ହେବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି l ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ବଳଭଦ୍ର ଗଣ୍ଡା ସୂଚନା ଦେଇଛନ୍ତି l ଚଢ଼ାଉ ସମୟରେ ଘଣ୍ଟାପଡ଼ା ପୋଲିସ କର୍ମଚାରୀ ,ହୋମଗାର୍ଡ ଏବଂ ଆଇଆରବି ଯବାନ ସାମିଲ ଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




