ଶିକ୍ଷାବିତ ଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା


ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ନେଳିଆ ପଂଚାୟତ ପଦ୍ମନାଭ ପୁର ଗ୍ରାମ ରସ୍ବର୍ଗତ ଚକ୍ରଧର ପ୍ରତିହାରୀ ଙ୍କ ଏକାଦଶାହ ଉପଲକ୍ଷେ ଗତକାଲି ତାଙ୍କ ବାସ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା, ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ, ପଣ୍ଡିତ ପ୍ରମୋଦ କୁମାର ସାହୁ ଗୀତା ର ସାଂଖ୍ୟ ଯୋଗ ପାଠ କରିଥିଲେ, ଧୀରେନ୍ଦ୍ର ନାଥ ମଞ୍ଚ ପରିଚାଳନା କରିଥିଲେ, ମାଳିକା ଗବେଷକ ଜିତେନ୍ଦ୍ର କୁମାର ଖଟୁଆ ଶିକ୍ଷାବିତ ଅନଙ୍ଗ ପାଢ଼ୀ ଭରତ କୁମାର ବେହେରା ଅମିତାଭ ଜେନା ପ୍ରଫୁଲ୍ଲ ନାୟକ ଓ ସାମ୍ବାଦିକ କାର୍ତିକ ରାଉତ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ, ବଡ଼ ପୁଅ ନିର୍ମଳ ଧନ୍ୟବାଦ ଅର୍ପଣ କରିଥିଲେ, ରମେଶ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ, କପିଳ ଲିପୁ ରାଜା ବିଭୁ ଫଗୁ ଶୁଭ ଓ ପିଙ୍କୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ସ୍ବର୍ଗତ ଚକ୍ରଧର ସାର ଉକ୍ତ ଅଂଚଳ ରେ ଶିକ୍ଷା ର ଭିତିପ୍ରସ୍ତର ସ୍ଥାପନ କରିଯାଇଛନ୍ତି ଶହ ଶହ ଛାତ୍ର ଛାତ୍ରୀଙ୍କୁ ଆଲୋକ ର ସନ୍ଧାନ ଦେଖାଇଛନ୍ତି ବୋଲି ସଭାରେ ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news




