ଘଣ୍ଟାପଡ଼ା ଶିଶୁ ବିଦ୍ୟାମନ୍ଦିର ର ପଞ୍ଚଦଶ ବାର୍ଷିକ ଉତ୍ସବ


ଶିଶୁ ବିଦ୍ୟାମନ୍ଦିର -ଭାରତୀୟ ନୀତି, ନୈତିକତା, ସଂସ୍କାର, ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଥାଏ – ମୂଖ୍ୟବକ୍ତା ବାବା ପ୍ରଭାକର
କଣ୍ଟାମାଳ,୬।୨: (ପ୍ରଭାତ କୁମାର ସାହୁ) ଭାରତୀୟ ନୀତି, ନୈତିକତା, ସଂସ୍କାର, ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଥାଏ ଶିଶୁ ବିଦ୍ୟାମନ୍ଦିର ବୋଲି କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ବିଦ୍ୟାଳୟର ପଞ୍ଚଦଶ ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବେ ସାଧୁ ମହାରାଜ ପ୍ରଭାକର ଦାସ ଯୋଗ ଦେଇ କହିଛନ୍ତି l ପରିଚାଳନା ସମିତି ସଭାପତି ଅଗସ୍ତି ମଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ ମୁଖ୍ୟଅତିଥି, ସାଧୁ ମହାରାଜ ପ୍ରଭାକର ଦାସ ମୁଖ୍ୟବକ୍ତା, ଘଣ୍ଟାପଡ଼ା ସରପଞ୍ଚ ରୀତା କହଁର, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ସଭା ପ୍ରାରମ୍ଭରେ ବିଦ୍ୟାମନ୍ଦିର ର ଶିଶୁ ଭଉଣୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ପ୍ରଧାନ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ l ସମ୍ପାଦକ ରଣଜିତ ରଣା ଅତିଥି ପରିଚୟ ପ୍ରଦାନ, ଗୁରୁମା ପ୍ରଭାସିନୀ ଜାଲ ମଞ୍ଚ ପରିଚାଳନା ଓ ଶିକ୍ଷାବିତ ନୀଳାଚଳ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ବିଦ୍ୟାମନ୍ଦିର ପ୍ରତିଷ୍ଠାତା ସଦସ୍ୟ ଏବଂ ପରିଚାଳନା କମିଟିର ପୂର୍ବତନ ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା l ଉକ୍ତ ଉତ୍ସବରେ ବିଶିଷ୍ଟ ଅତିଥିଭାବେ ଶିଶୁ ମନ୍ଦିରର ବୌଦ୍ଧ ଜିଲ୍ଲା ପ୍ରମୁଖ କାର୍ତ୍ତିକେଶ୍ଵର ବେହେରା, ସଂକୁଳ ପ୍ରମୁଖ ସନ୍ତୋଷ କୁମାର ବିଶି, କମିଟି ସହ ସଂପାଦକ ସୁଶାନ୍ତ ମାଝୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମନ୍ଦରଧର ବେହେରା ,ଆଦିବାସୀ ନେତା ସତ୍ୟନାରାୟଣ ମାଝୀ, ଘଣ୍ଟାପଡ଼ା ପ୍ୟାକ୍ସ ସଭାପତି ମାନୁ ରଣା, ସମାଜସେବୀ ପ୍ରତାପ ରଣା, ଡିଗ୍ରୀ କଲେଜ ଅଧ୍ୟକ୍ଷ ଗିରିଧର ଦେହୁରୀ, ସାମ୍ବାଦିକ ବଂଶୀଧର ମାଝୀ ଓ ବଳରାମ ବାଘ ସମେତ ବହୁ ଅଭିଭାବକ/ଅଭିଭାବିକା ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ପରେ ଛାତ୍ରଛାତ୍ରୀ ଭାଇଭଉଣୀ ମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ ନୃତ୍ୟଗୀତ ପରିବେଷଣ ହୋଇଥିଲା l ଆଚାର୍ଯ୍ୟା ସୁଶ୍ରୀ ଜୟନ୍ତୀ ପ୍ରଧାନ ବ୍ୟକ୍ତିଗତ ସଂଗୀତ ଗାନ କରିଥିଲେ l ବିଦ୍ୟାମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା ଓ ଅଭିଭାବକ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




