Education

ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ଓଡିଆ ଭାଷା ସମ୍ମିଳନୀ

 

ଢେଙ୍କାନାଳ, ୩/୨ : ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ରେ ମହାଡାମ୍ବର ସହିତ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ପାଳିତ ହୋଇଯାଇଛି । ପ୍ରଥମେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କ ତତ୍ତ୍ୱାବଧାନରେ ଅତିଥିମାନେ ଫଚସଖାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣରେ ପୁଷ୍ପ, ଚନ୍ଦନ, ଧୂପ, ଦୀପ ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଦ୍ୟାଳୟରେ ଡ୍ରଇଁ, କୁଇଜ୍‌ ଓ ଡିବେଟ୍ ଆଦି ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପିଲାମାନେ ଓଡିଶାର ଭାଷା, କଳା, ସାହିତ୍ୟ, ସଂସ୍କୃତି, ନୃତ୍ୟ, ପରମ୍ପରାକୁ ନେଇ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନୀ କରି ପୁରସ୍କୃତ ହୋଇଥିଲେ । ଏହି ସମ୍ମିଳନୀରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଉଷାରାମୀ ଦାଶ, ମୋ ସ୍କୁଲ୍ ଅଭିଯାନର ସଭାପତି ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପରିଚାଳନା କମିଟିର ସଭାନେତ୍ରୀ କୁର୍ସିଦା ବେଗମ୍, ବିଦ୍ୟାଳୟ ପରିଚାଲନା କମିଟିର ସଭାପତି ପ୍ରଦୀପ୍ତ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପିଲାମାନଙ୍କୁ ଓଡିଆ ଭାଷାର ମହନୀୟତା ବିଷୟରେ ଦିଗ୍‌ଦର୍ଶନ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ମିଳିତ ଭାବରେ ଉତ୍କଳ ବନ୍ଦନା ଗାନ କରିବା ସହିତ ଶପଥ ପାଠ କରିଥିଲେ। ବିଦୟାଳୟର ସହକାରୀ ଶିକ୍ଷୟିତ୍ରୀ ରାନୁ ଦାସ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଗର୍ବ ଓ ଗୌରବ ଆଣିଦେଇଥିବା ବରିଷ୍ଠ ଶିକ୍ଷୟିତ୍ରୀ ଉର୍ମିଳା କରଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବଦ୍ଧନା କରାଯାଇଥିଲା । ପ୍ରକାଶଥାଉକି ଚଳିତ ବର୍ଷ ଶ୍ରୀମତୀ କର ମୁଖ୍ୟମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ବିଦ୍ୟାଳୟ ତଥା ଜିଲ୍ଲାକୁ ଗୌରବାନ୍ବିତ କରିପାରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଦେହୁରୀ ପରିଚାଳନା କରିଥିବା ବେଳେ ବିଦୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କନ୍ୟା କୁମାରୀ ଭୂତିଆ, ପ୍ରଶାନ୍ତ କୁମାର ସାହୁ, ସାଗରୀକା ପଣ୍ଡା, ଉପାସନା ନାଥ ଶର୍ମା, ମାମାଲି ମିଶ୍ର, ଲିପିକା ନାୟକ, ରାନୁ ଦାସ, ବବିତା ସାହୁ, ପ୍ରଣତି ପତି, ଦୁଷ୍ମନ୍ତ କୁମାର ସାହୁ, ପ୍ରଶାନ୍ତ କୁମାର ଜେନା, ସୋନାଲି ସାହୁ ଓ ବର୍ଷାରାଣୀ ସାହୁ, ସୁଜିତ ଦାସ, ଜିତେନ୍ଦ୍ର ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Related Articles

Back to top button