ଆମେ ଓଡ଼ିଆ, ଆମ ଭାଷା ଭାରି ବଢିଆ, ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ।


ବଡ଼ଚଣା ,୩।୨,(ଆ : ପ୍ର) ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷା ଓ ସଂସ୍କୃତି ର ପ୍ରଚାର ପ୍ରସାର କ୍ଷେତ୍ରରେ ନୂଆ ଓ- କାର୍ଯକ୍ରମ ଏକ ଯୁଗାନ୍ତ କାରୀ ପଦକ୍ଷେପ। ସାରା ରାଜ୍ୟର ପ୍ରତ୍ୟେକ ସ୍କୁଲ୍ କଲେଜ ଓ ବିଭିନ୍ନ ଅନୁଷ୍ଠ ମାନଙ୍କରେ ପାଳନ କରା ଯାଉ ଥିବା ବେଳେ ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଗ୍ରାମପଞ୍ଚାୟତ ପକ୍ଷରୁ ଆଜି ସରପଞ୍ଚ ରମେଶ ପୃଷ୍ଟି ଙ୍କ ସଭାପତିତ୍ୱ ରେ ଆମେ ଓଡ଼ିଆ ଆମ ଭାଷା ଭାରି ବଢିଆ ଆମ ସଂସ୍କୃତି କୁ ମନେ ରଖିବା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଉତ୍କଳ ସର୍ବୋଦୟ ମଣ୍ଡଳ ରାଜ୍ୟ ସଭାପତି ସ୍ତମ୍ଭ କାର ମିହିର ପ୍ରତାପ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭାଷା ସାହିତ୍ୟ ଉପରେ ଗଭୀର ଆଲୋକପାତ କରିଥିଲେ, ବିଶିଷ୍ଟ ସାହିତିକ ଅଶୋକ ସାମଲ ମୁଖ୍ୟ ବକ୍ତା VLW ସନ୍ଧ୍ୟାରାଣୀ ମଲିକ GRS ରା଼ଞ୍ଜୁଲତା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ, ସମାଜସେବୀ ଅନନ୍ତ ଚରଣ ଷେଣ୍ଢ ମଞ୍ଚ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ, ସରକାରୀ ଉଚ୍ଚ ବିଦ୍ୟାଳୟ ଛତିଆ ଶଷିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ଛତିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛତିଆ ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଛତିଆ ର ଛାତ୍ର ଛାତ୍ରୀ ମାନେ ନାଚ ଗୀତ ଓ ଏକକ ଅଭିନୟ ଆଦି ପରିବେଷଣ କରିଥିଲେ, ସମସ୍ତ କୃତି ଛାତ୍ର ଛାତ୍ରୀ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ଭାଷା ସାହିତ୍ୟ ଓ କଳା ସଂସ୍କୃତି ଉପରେ ସୁନାମ ଅର୍ଜନ କରିଥିବା ସ୍ଥାନୀୟ ଅଞ୍ଚଳ ର 9ଜଣ ପ୍ରତିଭା ଙ୍କୁ ପଂଚାୟତ ତରଫରୁ ମାନ ପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା,ନେଳିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭାଷା ହିଁ ଭବିଷ୍ୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିବା ବେଳେ, ସମାଜ ସେବୀ ଧୀରେନ୍ଦ୍ର ନାଥ ସଭା ପରିଚାଳନା କରିଥିଲେ।
ଏହି ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ବାମନ ଚରଣ ସାହୁ ଯୋଗଦେଇ ଥିବା ବେଳେ,ସମ୍ମାନିତ ଅତିଥି ଭାବେ ଅନଙ୍ଗ କୁମାର ପାଢ଼ୀ, ଇଚ୍ଛା ନଗର ପାଟଣା ସି ଆର ସି ରଶ୍ମି ରଞ୍ଜନ ଷେଣ୍ଢ , ପଦ୍ମ ଲାଭ ପୁର ମଧ୍ୟଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ସାହୁ, ନେଳିଆ ଉନ୍ନୀତ ମଧ୍ୟଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ କୁମାର ଦାସ , ପ୍ରଭାତିନି ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ସୋଲର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭାଷା ହିଁ ଭବିଷ୍ୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ,ସରପଞ୍ଚ ବିଜୟ ସ୍ୱାଇଁ ,ସମିତି ସଭ୍ୟ ସଞ୍ଜୟ ସ୍ୱାଇଁ , ବରିଷ୍ଠ ସମାଜ ସେବୁ ମାଧବାନନ୍ଦ ମହାପାତ୍ର, ଗୀତାଞ୍ଜଳି ବିଶ୍ଵାଳ, ରମେଶ ଚନ୍ଦ୍ର ବିଶ୍ଵାଳ, ଯୋଗ ଦେଇ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ସୋଲର ପ୍ରକଳ୍ପ ଉନ୍ନୀତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ସେଠୀ ଯୋଗ ଦେଇ ଥିଲେ। ସ୍କୁଲ୍ ର ବିଭିନ୍ନ କୃତି ଛାତ୍ର ଛାତ୍ରୀ ମାନଙ୍କୁପୁରସ୍କୃତ କରାଯାଇ ଥିଲା। । ଏଭଳି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜିତ ହେଉ ଥିବା ରୁ ଜନପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅତିଥି ମାନେ କୃତଜ୍ଞତା ଜଣାଇ ଥିଲେ।ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news




