Religion

ମା ଧବଳାଇ ମନ୍ଦିର ର ରତ୍ନ ମୁଦ ଉତ୍ସବ

ସୋଲର ସ୍ଥିତ ଗ୍ରାମ ଦେବତୀ ମା ଧବଳାଇ ଙ୍କ ନୂତନ ମନ୍ଦିର ର ରତ୍ନ ମୁଦ ଉତ୍ସବ ଆଜି ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଅଛି, ବହୁ ସଂଖ୍ୟା ରେ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ନିଜ ନିଜର ଘରୁ ଆଣିଥିବା ସ୍ବର୍ଣ୍ଣ, ଧାନ ତମ୍ବା ପିତଳ ଓ ଟଙ୍କା ପଇସା ଆଦି ଦାନ କରି ନୂତନ ମନ୍ଦିର ର ଚୁଳି ମାରିଥିଲେ, ଏହି ସହିତ ମା ଙ୍କ ଷୋଡଶ ଉପଚାର ପୂଜା ନବ ଗ୍ରହ ପୂଜା ସ୍ନାନ ମାର୍ଜନା ଓ ବେଦ ମାଙ୍ଗାଲିକ ଆଦି ଅନୁଷ୍ଠିତ ହୋଇଥିଲା, ପୂଜକ ପୁରୋହିତ ତରୁଣ ତପନ ତ୍ରିପାଠୀ ଓ ସାଥି ପଣ୍ଡିତ ମାନେ ବେଦ ମନ୍ତ୍ର ପାଠ କରିଥିଲେ, ରମେଶ ଚନ୍ଦ୍ର ବିଶ୍ୱାଳ ଓ ତାଙ୍କ ଧର୍ମ ପତ୍ନୀ କର୍ତ୍ତା କର୍ତ୍ତୀ ଭାବେ ଯଂଜ୍ଞ ମଣ୍ଡପ ରେ ବସି ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ, ଦିବସ ବ୍ୟାପି ନାମ ସଂକୀର୍ତନ, ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା, ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା, ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button