Education

ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ପକ୍ଷ୍ୟରୁ ଭତ୍ତା ବୃଦ୍ଧିକୁ ନେଇ ଜିଲ୍ଲାପାଳ ଅଫିସ୍ ଘେରାଉ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭବାନୀପାଟଣା: ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା, ଅବିବାହିତା ମହିଳା ଭତ୍ତା ହିତାଧିକାରୀ ଭତ୍ତାବୃଦ୍ଧି କୁନେଇ କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଘେରାଉ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଧ୍ୟସ୍ୟରେଦାବିପତ୍ର ପ୍ରଦାନ କଲେ ଶତାଧିକ ଭତ୍ତା ହିତାଧିକାରି ।ପ୍ରଥମେ ସହର ର ଛକ ଠାରୁ ଏକ ରେଳି ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପହଞ୍ଚି ୬୦ବର୍ଷ ରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ୟ ବିଧବା ଓ ଅବିବାହିତ ମହିଳା ଭତ୍ତା ୨୫୦୦ସହ ଟଙ୍କା ବୃଦ୍ଧି କରାଯାଉ ଏବଂ ୮୦ବର୍ଷ ରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ୟ ଦିବ୍ୟାଙ୍ଗ ଓ ଭିନ୍ନକ୍ଷମ ଭତ୍ତା ୩୦୦୦ହଜାର ଟଙ୍କା ବୃଦ୍ଧି କରାଯାଉ । ସମସ୍ତ ଭତ୍ତା ହିତାଧିକାରୀଙ୍କୁ ସମ୍ପୁର୍ଣ୍ଣ ମାଗଣା ଚିକିତ୍ସାର ବ୍ୟବସ୍ଥା କରିବାପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟ ଳୟ ଘେରାଉ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଧେସ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ମୁଇ କଲାହାଣ୍ଡିଆ ଫର କଳାହାଣ୍ଡି ସଙ୍ଗଠନ ପକ୍ଷରୁ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସୁରେଶ ସଂଗ୍ରାମ, କବିତା ରାଉତ,ମନ୍ଦାକିନୀ ବଣୁଆ, ଲିଙ୍ଗରାଜ ପ୍ରଧାନ,ପ୍ରମୁଖ ଉପସ୍ଥିତ ଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button