Education

ସରକାରୀ ଶିକ୍ଷାବୃତ୍ତି ପାଇଁ ମନୋନୀତ ଛାତ୍ରୀ ଦ୍ବୟ ବିଦ୍ୟାଳୟ ପାଇଁ ଆଣିଲେ ଗୌରବ

 

ରଘୁନାଥପୁର –:ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜନ କରାଗଲା ସମ୍ବର୍ଦ୍ଧନା ସଭା ! ଚଳିତ ଶିକ୍ଷାବର୍ଷ ପାଇଁ ସରକାରୀ ବୃତ୍ତି ପାଇବାକୁ ଯୋଗ୍ୟତା ହାସଲ କରିଥିବା ଛାତ୍ରୀ ଦ୍ବୟ ଙ୍କ ପାଇଁ ବିଦ୍ୟାଳୟର ଗୁରୁଜୀ, ଗୁରୁମା ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଖୁସିରେ ବିଭୋର ! ଏତେ ଦିନେ ବିଦ୍ୟାଳୟର ଗୌରବ ମଣ୍ଡିତ କରିଥିବା ଶିକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇବାକୁ ଆହ୍ୱାନ କଲେ ସମ୍ବର୍ଦ୍ଧନା ସଭା !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ଅଯୋଧ୍ୟାପୁର ଗ୍ରାମରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ୫ମ ଶ୍ରେଣୀର ଛାତ୍ରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ବେହେରା ଓ ୩ୟ ଶ୍ରେଣୀର ଛାତ୍ରୀ ଶ୍ରେୟାଶ୍ରୀ ବେହେରା ମେଧାବୀ ଚୟନ ହୋଇ ସରକାରୀ ବୃତ୍ତି ପାଇବାକୁ ଯୋଗ୍ୟା ବିବେଚିତା ହୋଇଛନ୍ତି ! ଗତ ଫ୍ରେବୃଆରୀ ଦୁଇ ତାରିଖରେ ପରୀକ୍ଷାଫଳ ବାହାରିବା ପରେ ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ବିଦ୍ୟାଳୟ ର ସମ୍ପାଦକ ଫ୍ରେବୃଆରୀ ୩ତାରିଖରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ ! ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଠ ସମାଜସେବୀ ସୁଧୀର ଆଚାର୍ଯ୍ୟ ଏବଂ ସମ୍ମାନିତ ଅତିଥି ଥିଲେ ବାବାଜୀ ଚରଣ ସାହୁ, ଅଜୟ ଚନ୍ଦ୍ର ତ୍ରିପାଠୀ,ପୂର୍ଣ୍ଣଚନ୍ଦ୍ର ସାହୁ,କିଶୋର କୁମାର ଗୁଇଁ,ବିକାଶ ମିଶ୍ର !ସମ୍ପାଦକ ହେମନ୍ତ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ସଭା ପରିଚାଳନା କରିଥିଲେ ଅଂଶୁମାନ ଆଚାର୍ଯ୍ୟ !ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ସରକାରୀ ଶିକ୍ଷାବୃତ୍ତି ଲାଭ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଛାତ୍ରୀ ଦ୍ବୟଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା ! ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ଗୁରୁଜୀ ଗୁରୁମା ଅମିତା ପଣ୍ଡା,ବନ୍ଦନା ପଣ୍ଡା,ସବିତା ସେଠୀ,ସସ୍ମିତା ବେହେରା, ଅନୁସ୍ମିତା ପ୍ରଧାନ,ଗୀତଞ୍ଜଳି ଓଝା, ସଂଯୁକ୍ତା ଦାସ, ଅର୍ପିତା ସାହୁ,ଅଙ୍କିତା ସାହୁ,ସନ୍ତୋଷୀ ସାହୁ, ଦୀପକ ସେଠୀ,ପ୍ରକାଶ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button