ପଦ୍ମଲାଭପୂର୍ ଉର୍ଣ୍ଣିତ ପ୍ରକଳ୍ପ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ।


ଛତିଆ .୩୦।୧.(ଆ : ପ୍ର) ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ନେଳିଆ ଗ୍ରାମ ପଞ୍ଚାୟତ ପଦ୍ମ ଲାଭ ପୁର ଉର୍ଣ୍ଣିତ ପ୍ରକଳ୍ପ ି ମଧ୍ୟ ଇଂରାଜୀ ବିଦ୍ୟାଳୟ ରତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି।ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଥିଲେ। ମୁଖ୍ୟ ବକ୍ତା ଭାବେ ବ୍ଲକ ଶିକ୍ଷା ମଣ୍ଡଳ ଅଧିକାରିଣୀ ଶ୍ରୀମତୀ ସବିତା ସାହୁ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି, ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ, ମୋସ୍କୁଲ ଅଭିଯାନର ଅଧକ୍ଷ ବିଜୟ କୁମାର ପାତ୍ର,ଏସ ଏମ ସି ଚେ ୟା ର ପର୍ସନ ବାମଦେବ ରାଉତ, ଛତିଆ ଇଛନାଗର ପାଟଣା କ୍ଳ ଷ୍ଟର ସି ଆର ସି ସି ରଶ୍ମି ରଞ୍ଜନ ଷେଣ୍ଢ,ସୋଲର ସମିତି ସଭ୍ୟ ସଞ୍ଜୟ ବେହେରା,ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅନଙ୍ଗ କିଶୋର ପାଢ଼ୀ, ଅକ୍ଷୟ କୁମାର ପାତ୍ର ବ୍ଲକ ଶିକ୍ଷା କମିଟିର ଅଧକ୍ଷ ଚିନ୍ମୟ ମହାନ୍ତି, ଛତିଆ ସମିତି ସଭ୍ୟ ଦୀପକ ସାହୁ,ଜିଲ୍ଲା ପରିଷଦ ସଦସ୍ୟ ଅରବିନ୍ଦ ସାମଲ,ଜଚିନ୍ଦ୍ର ନାୟକ ଧୀରେନ୍ଦ୍ର ନାଥ ପ୍ରମୁଖ ଯୋଗ ଦେଇଥିଲେ ା ବେଳେ, ଅବସରପ୍ରାପ୍ତ ବରିଷ୍ଠ ସଂସ୍କୃତ ଗବେଷକ ତଥାଗାୟକ ରଜନୀ କାନ୍ତ ପୃଷ୍ଟି ସଭାପତିତ୍ବ କରିଥିବା ବେଳେ, ସ୍କୁଲ୍ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ସାହୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ସୁପ୍ରଭା ରାଣୀ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହୁ ସ୍ୱାଗତ ଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ, ଦ୍ୱିତୀୟ ପର୍ଯାୟ ରେ ଛତିଆ ସରପଞ୍ଚ ରମେଶ ପୃଷ୍ଟି ବୈରୀ କ୍ଳ ଷ୍ଟର ସି ଆର ସି ସି ବିଜୟିନୀ ନନ୍ଦ ରମେଶ ବଳ ତିଳତମା ଜେନା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ,ବିଦ୍ୟାଳୟରେ ପାରମ୍ପରିକ ଶିକ୍ଷାଦାନ ସହ ଆଧ୍ୟାତ୍ମିକ ଶିକ୍ଷାଦାନ ଉପରେ ଗୁରୁତ୍ବ ଦେବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା ଓ ପବିତ୍ର ବିଦ୍ୟାମନ୍ଦିର ହୋଇ ଥାଏ । ଏକ ଭଲ ମଣିଷ ଭାବେ ଗଢି ତୋଳିବା ପାଇଁ ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ , ଅବିଭାବକ ମାନେ ବିଶେଷ ଭାବରେ ଯତ୍ନ ଶିଳ ହେବା ଜରୁରୀ ବୋଲି ନିଜ ପ୍ରତିକ୍ରିୟାରେ କହି ଥିଲେ। ପଦ୍ମ ଲାଭପୁର ପ୍ରକଳ୍ପ ଉନ୍ନୀତ ମଧ୍ୟ ବିଦ୍ୟାଳୟ ପ୍ରତ୍ୟେକ ବର୍ଷ ବ୍ଲକ ସ୍ତରୀୟ ଠାରୁ ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ ବହୁ ମେଧାବୀ ଛାତ୍ର ଛାତ୍ରୀ କୃତିତ୍ୱ ଅର୍ଜନ କରୁଥିବା ରୁ ସ୍କୁଲ୍ ର ବହୁ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍କୁଲ୍ କମିଟି ତଥା ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ଶିକ୍ଷା ଅଧିକାରିଣୀ ପ୍ରଶଂସା କରିଥିଲେ।ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନାଚ ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା,





