Education

ହରିଶଙ୍କର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଧାନ ଶିକ୍ଷକ ପାଇଲେ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର

ପାରିଆ ଗ୍ରାମପଞ୍ଚାୟତ ହରିଶଙ୍କର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଂଗ୍ରାମ ମହାନ୍ତି ଗତ କାଲି ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି,ଓଡିଶା ସରକାର ଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ ର ଏଲିମେଣ୍ଟାରୀ ଅଧୀନ ରେ ଥିବା ବଡ଼ଚଣା ବ୍ଳକ ରେ ଏହି ହିଁ ଏକ ମାତ୍ର ବିଦ୍ୟାଳୟ ଭାବରେ ଯୋଗ୍ୟ ବିବେଜିତ ହୋଇଅଛି, ଏହି ଖୁସି ଖବର ପାଇ ଆଜି ବିଦ୍ୟାଳୟ ତରଫରୁ ଏକ ସଭା ର ଆୟୋଜନ କରାଯାଇଥିଲା, ଏଥିରେ ପାରିଆ ପଂଚାୟତ ସରପଞ୍ଚ ବେଣୁଧର ବିଶ୍ୱାଳ ବିଦ୍ୟାଳୟ ର smc ଅଧକ୍ଷ ବିଷ୍ଣୁ ପ୍ରସାଦ ଲେଙ୍କା ଅନ୍ୟ ସଭ୍ୟ ସଭ୍ୟା ସମସ୍ତ ଛାତ୍ର ଛାତ୍ରୀଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ,ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସଂଗ୍ରାମ ମହାନ୍ତି ଙ୍କୁ ସମ୍ମାନିତ କରାଯାଇଥିଲା, ଏଥି ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା, ସରପଞ୍ଚ ଶ୍ରୀଯୁକ୍ତ ବିଶ୍ୱାଳ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ସନ୍ତୋଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news

Related Articles

Back to top button