Education

ନେଳିଆ ୟୁ ଜି ଏମ ଇ ସ୍କୁଲ ର ଦ୍ୱିତୀୟ ବାର୍ଷିକ ଉତ୍ସବ ଆଜି ମହା ସମାରୋହ ରେ ପାଳିତ

 

ନେଳିଆ ଗ୍ରାମପଞ୍ଚାୟତ ନେଳିଆ ୟୁ ଜି ଏମ ଇ ସ୍କୁଲ ର ଦ୍ୱିତୀୟ ବାର୍ଷିକ ଉତ୍ସବ ଆଜି ମହା ସମାରୋହ ରେ ପାଳିତ ହୋଇଯାଇଅଛି, ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ଦାଶ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଆୟୋଜିତ ଉତ୍ସବ ରେ ବଡ଼ଚଣା ବ୍ଳକ ର ଅବସର ପ୍ରାପ୍ତ ABEO ଶ୍ରୀମତୀ ମମତା ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ଓ ଶିକ୍ଷକ ଛାତ୍ର ଛାତ୍ରୀ ଙ୍କ ସମ୍ପର୍କ ଉପରେ ଆଲୋକପାତ କରିଥିଲେ, ଏହି ବିଦ୍ୟାଳୟ ରୁ ପ୍ରତିବର୍ଷ ବହୁ ମେଧାବୀ ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହେଉଛନ୍ତି, ଏହାକୁ ଆହୁରି ଅଧିକ ଗୁରୁତ୍ୱ ଦେବାପାଇଁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ, କାରଣ ଆଜିର ଶିଶୁ କାଲିର ଭବିଷ୍ୟତ, ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ, ଛତିଆ ଇଛାନଗର ପାଟଣା କ୍ଳ ଷ୍ଟର CRCC ରଶ୍ମିରଂଜନ ଷେଣ୍ଢ କଳିଙ୍ଗ ନୋଡାଲ UP ସ୍କୁଲ ବ ନ୍ଦା ଳୋ ର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପ ଲତା ମହାନ୍ତି ପଦ୍ମନାଭ ପୁର UGME ସ୍କୁଲ ର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ସାହୁ, ଓ ବିଦ୍ୟାଳୟ ପରିଚାଳନା କମିଟି ଉପ ସଭା ନେତ୍ରୀ ମଧୁସ୍ମିତା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କ ଉଦେଶ୍ୟରେ ନିଜ ନିଜ ର ଅଭିଭାଷଣ ପ୍ରଦାନ କରିଥିଲେ, ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ, ନାଚ ଗୀତ ଆଦି ବିଭିର୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥିଲେ, ରୀନାରାଣୀ ଦାସ ଓ ସ୍ମୃତି ରେଖା ମହାନ୍ତି ଉଭଏ ଶିକ୍ଷୟତ୍ରୀ ଏହାକୁ ପରିଚାଳନା କରିଥିଲେ,ସହକାରୀ ଶିକ୍ଷୟତ୍ରୀ ଶାଶ୍ଵତୀ ଖୁଣ୍ଟିଆ ଅତିଥି ପରିଚୟ ଓ ନବକିଶୋର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ, ସୁସ୍ମି ମନୋଲିସା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦାଶସଭା ରେ ଅଧକ୍ଷତା କରିଥିଲେ,ଛାତ୍ରୀ ହରପ୍ରିୟା ସାହୁ ଙ୍କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା, ବାର୍ଷିକ ପରୀକ୍ଷା ଓ କ୍ରୀଡା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମାନ ପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା, କୃତି ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଗୋଟିଏ ଗୋଟିଏ ବୃକ୍ଷ ପ୍ରଦାନ କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news

Related Articles

Back to top button