State

କଣ୍ଟାମାଳ ବ୍ଲକ ସଭାଗୃହ ଠାରେ ସପ୍ତମ ପଂଚାୟତ ସମିତିର ସାଧାରଣ ବୈଠକ

 

କଣ୍ଟାମାଳ, ତ୩୧/୧/୨୪ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଭାଗୃହ ଠାରେ କଣ୍ଟାମାଳ ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଣ୍ଟାମାଳ ବିଧାୟକଙ୍କ ପ୍ରତିନିଧି ପ୍ରେମରାଜ ରଣା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ ଓ ପଦ୍ମାଳୟା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣାଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା, ବିଭିନ୍ନ ବିଭାଗର ଅଧିକାରୀମlନେ ଅଂଶ ଗ୍ରହଣ କରିଥିଲେ l ବିଡ଼ିଓ ସୀମା ଜୟଶ୍ରୀ ରେଡ୍ଡୀଙ୍କ ପରିଚାଳନାରେ ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରାଣୀ ଓ ମତ୍ସ ବିଭାଗ, ସାଧାରଣ ଖାଉଟି ବଣ୍ଟନ ଆଦି ବିଭାଗ ଉପରେ ଆଲୋଚନା କରାଯାଇଥିଲା l ଏହା ସହ କେନ୍ଦ୍ରୀୟ ଆର୍ଥିକ ଆୟୋଗ ଦ୍ୱାରା ପ୍ରଦତ୍ତ ଅନୁଦାନ ଓ ରାଜ୍ୟ ଅନୁଦାନ ନେଇ ସବିଶେଷ ଆଲୋଚନା କରଯାଇଥିଲା l ଆଗାମୀ ବର୍ଷ ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନେଇ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button