ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଡ୍ରପ୍ ଆଉଟ୍ ହାର ଶୂନ୍ କରିବା ସମସ୍ତଙ୍କ କର୍ତ୍ତବ୍ୟ: ରାଜ୍ୟପାଳ


ବିନିକା, ୩୦/୧ (ସମର୍ଥ ନ୍ୟୁଜ୍) ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ସୋମବାର ସୋନପୁର ଜିଲ୍ଲା ଗ୍ରସ୍ତରେ ଆସିଥିବା ରାଜ୍ୟପାଳ ରଘୁବର ଦାସ କର୍ତ୍ତଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବେ ଯୋଗ ଦେଇ କହିଛନ୍ତି। ସେହିପରି ରାଜ୍ୟରେ ୪୯% ଛାତ୍ରଛାତ୍ରୀ ଡ୍ରପ୍ ଆଉଟ୍ ହେବା ଚିନ୍ତାର ବିଷୟ ଅଟେ। ଡ୍ରପ୍ ଆଉଟ୍ ହାର ଶୂନ୍ କରିବା ସମସ୍ତଙ୍କ ନୈତିକ କର୍ତ୍ତବ୍ୟ ବୋଲି ରାଜ୍ୟପାଳ ଶ୍ରୀଦାସ ମତ ପ୍ରକାଶ କରିଥିଲେ। ପ୍ରଭାତ ଫେରି ସ୍କୁଲ ଚାଲ ଅଭିଯାନ ମଧ୍ୟ ଗାଁରେ ଚାଲିଵା ଆବଶ୍ୟକ। ପୂଅ ଝିଅ ମଧ୍ୟରେ ଶିକ୍ଷାକୁ ନେଇ କୌଣସି ପ୍ରଭେଦ ରହିବା ଅନୂଚିତ। ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା ଦେବା ଆବଶ୍ୟକ। ନୂଆ ଶିକ୍ଷାନୀତି ଦେଶରେ ଶିକ୍ଷା କ୍ଷେତ୍ରରେ ବିପ୍ଲବ ଆଣିବ। ଶିକ୍ଷା ଗରିବ ହଟାଇବ। ତେଣୁ ଶିକ୍ଷିତ ହେବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି। ସେହିପରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସ୍ଵପ୍ନ ସାକାର କରିବା ପାଇଁ କଠିନ ପରିଶ୍ରମ ଜରୁରୀ ବୋଲି ପରାମର୍ଶ ଦେଇଥିଲେ। ଶିକ୍ଷିତ ଓଡିଶା ହେଲେ ଦୀକ୍ଷିତ ଓଡିଶା ହେବ ବୋଲି ରାଜ୍ୟପାଳ ଶ୍ରୀଦାସ କହିଥିଲେ। ସେହିପରି ରାଜ୍ୟପାଳ ତାଙ୍କ ଗସ୍ତରେ ହରଡଖୋଲ ଠାରେ ମହିଳା ସ୍ଵୟଂ ସହାୟକ ଦଳ ସହ ମତ ବିନିମୟ କରିଥିଲେ। ଏହା ପରେ ସୋନପୁର ବ୍ଲକ ରୁଗୁଡିପାଲି ଅଙ୍ଗନବାଡ଼ି କେନ୍ଦ୍ର (ବି)ର କର୍ମୀ ଏବଂ ଅଭିଭାବକମାନଙ୍କ ସହ ପୋଷଣ ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ।ସେହିପରି କେନ୍ଦ୍ରିୟ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାର ସିଧାପ୍ରସାରଣ ରାଜ୍ୟପାଳ ଶ୍ରୀ ଦାସ ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଥିଲେ।ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ। ରେଙ୍ଗାଲୀ ପଞ୍ଚାୟତ ବାଙ୍କତେନ୍ତୁଳିସ୍ଥିତ ଅଯୋଧ୍ୟା ବିଦ୍ୟାପିଠରେ ଗ୍ରାମବାସୀ ଏବଂ କୃଷକଙ୍କ ସହ ଆଲୋଚନା କରିଥିଲେ।।ଏଠାରେ ଚାଷିମାନେ କପା ଚାଷ ଉପରେ କହିବା ସହିତ ସୋନପୁର ସ୍ପିନିଂମିଲର ପୁନରୁଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ। ରାଜ୍ୟପାଳ ଶ୍ରୀଦାସ କୃଷି କ୍ଷେତ୍ରରେ ରସାୟନିକ ସାର ପ୍ରୟୋଗ ନ କରି ଜୈବିକ ସାର ପ୍ରୟୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି କର୍ତ୍ତଙ୍ଗ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ବିମଲେନ୍ଦୁ ରାୟ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ଅତିରିକ୍ତ ଏସପି ହେମନ୍ତ ପାଢ଼ୀ ପ୍ରମୂଖ ଉପସ୍ଥିତ ଥିଲେ। ବିନିକା ବ୍ଲକ କର୍ତ୍ତଙ୍ଗ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ବିମଲେନ୍ଦୁ ରାୟ, ବିଦ୍ୟାଳୟର ପ୍ରଧାନ ପ୍ରେମାନନ୍ଦ ହୋତା, ମୂଖ୍ଯ ବକ୍ତା ଭାବରେ ପ୍ରଫେସର ମଧୁସୂଦନ ପତି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ। ଘାସିରାମ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ସଭାପତି ରଘୁମଣି ଦେହେରୀ ସ୍ଵାଗତ ଭାଷଣ ଏବଂ ବିନୋଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏବଂ ପରେ ସୁବର୍ଣ୍ଣ ଜୟନ୍ତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।
ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍




