State
ଚୋରା ମାଙ୍କଡ଼ା ଖଦାନ ଉପରେ ଚଢାଉ ୫ଟି ପାୱାର ଟିଲର ଜବତ


ଛତିଆ:ଇ.ମି.ସ: ୩୦/୦୧ ଆଜି ଭୋରୁ ଭୋରୁ ବୈରୀ ବାନାଞ୍ଚଳ ଅଧିକାରୀ ଓ ଭିଜିଲାନସ୍ ଟିମ୍ କଟକ ମିଳିତ ଚୋରା ମାଙ୍କଡ଼ା ଖଦାନ ଉପରେ ଚଢ଼ାଉ କରି ୫ ଗୋଟି ପଥର କଟା ପାୱାର ଟିଲର ଜବତ କରିଛନ୍ତି କଟକ ଭିଜିଲାନସ୍ ଟିମ୍ ବେଶେସ ସୂତ୍ର ରୁ ଖବର ସଂଗ୍ରହ କରି ଯାଜପୁର ଓ କଟକ ସୀମାବର୍ତ୍ତି ଓ.ସି.ଲ୍ ସିମେଣ୍ଟ କାରଖାନା ନିକଟସ୍ଥ ହାଦଶାହି ଠାରେ ବେଆଇନ୍ ଭାବେ କଟା ଯାଉଥିବା ମାଙ୍କଡ଼ା ଖଦାନ ଉପରେ ଚଢାଉ କରିଥିଲେ ଚଢାଉ ସମୟ ରେ ମେସିନ୍ ରେ କାଟୁଥିବା ଲୋକ ମାନେ ସୁରାକ ପାଇ ଦଉଡ଼ି ପଳାଇଥିଲେ ମାତ୍ର ୫ ଗୋଟି ମେସିନ୍ ଜବତ କରାଯାଇଥିଲା ଏହି ଚଢାଉ ରେ ଭିଜିଲାନସ୍ ଟିମ୍ କଟକ ର ରେଞ୍ଜର ବବିତା ସୋରେନ୍ ଓ ଦାଲିଯୋଡା ବାନଞ୍ଚଳ ଅଧିକାରୀ ହିମାଂଶୁ ଶେଖର ପୃଷ୍ଟି , ବୈରୀ ବାନପାଳ ମାଣିକ ମୁଣ୍ଡା, ସଫା ବନପାଳ କୃଷ୍ଣ ଚନ୍ଦ୍ର ଟୁଡୁ ଓ ବାନାଞ୍ଚଳ ର କର୍ମୀ ମାନେ ସାମିଲ ହୋଇଥିଲେ ଜବତ ୫ ଗୋଟି ପାୱାର ଟିଲର କୁ ବନାଞ୍ଚଳ କାର୍ଯ୍ୟାଳୟ ରେ ରଖାଯାଇ ଅଛି




