Education

ଜିଲା ସ୍ତରୀୟ ଜୁନିଅର ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦଯାପିତ , ୧୨ ଜଣ ଛାତ୍ରୀଛାତ୍ର ରାଜ୍ୟସ୍ତରକୁ ମନୋନୀତ

 

 

କଣ୍ଟାମାଳ, ୩୦।୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ସମଲେଶ୍ୱରୀ ସରକାରୀ ହାଇସ୍କୁଲ ଆଦର୍ଶ ଖେଳ ପଡିଆରେ ୨ ଦିନ ଧରି ଚାଲିଥିବା ଜିଲା ସ୍ତରୀୟ ଜୁନିଅର ରେଡକ୍ରସ ପ୍ରଶିକ୍ଷଣ ଶିବିର ଇତିମଧ୍ୟରେ ମୁଖ୍ୟଅତିଥିଙ୍କ ଦ୍ଵାରା ଉଦଯାପିତ ହୋଇଯାଇଛି l ଜିଲ୍ଲା ଶିକ୍ଷାବିଭାଗ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କଣ୍ଟାମାଳ ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣା ମୁଖ୍ୟଅତିଥି, ୧ନଂଜୋନର ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ, ବୌଦ୍ଧ ଗୋଷ୍ଠୀ ଶିକ୍ଷାଧିକାରୀ ଉପେନ୍ଦ୍ର ପ୍ରଧାନ, ଆୟୋଜକ କମିଟିର ସଂପାଦକ ତଥା ସ୍ଥାନୀୟ ହାଇ ସ୍କୁଲର ପ୍ରଧାନଶିକ୍ଷକ ପିତବାସ ପଣ୍ଡା, ଶାରୀରିକ ଶିକ୍ଷା ନିର୍ଦ୍ଦେଶକ ଆନନ୍ଦ ବେହେରା ଓ ବୌଦ୍ଧ ଜୁନିଅର ରେଡକ୍ରସ ଅଧିକାରୀ ନବ କିଶୋର ଦୀପ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ସେବା ଓ ବନ୍ଧୁତା ରଖିଲେ ଜୀବନ ସାର୍ଥକ ହୋଇଥାଏ ଏବଂ ଉଚ୍ଚ ଅଭିଳାଷୀ ହେଲେ ଲକ୍ଷ୍ୟ ହାସଲ କରିବା ସହଜ ହୋଇଥାଏ ବୋଲି ମତ ରଖିଥିଲେ l ପରିଶେଷରେ ପ୍ରଶିକ୍ଷଣ ଶିବିରରେ ଅନୁଷ୍ଠିତ ନାଚ, ଗୀତ, ବକୃତା, ପ୍ରଦର୍ଶନୀ ବିଭିନ୍ନ ପ୍ରତୀଯୋଗୀତାରେ କୃତିତ୍ଵ ହାସଲ କରିଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ରାଜ୍ୟସ୍ତରୀୟ ଜୁନିଅର ରେଡକ୍ରସ ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ପ୍ରିୟଙ୍କା ଭୁକ୍ତା, ପ୍ରିୟମ୍ବଦା ସାହୁ, ସ୍ଵସ୍ତିକ ରଣା, ପ୍ରତ୍ୟୁଷ ପ୍ରିୟଦର୍ଶନୀ କୁମ୍ଭାର, ଚନ୍ଦ୍ରମା ସାହୁ, ପ୍ରତିଭା ସାହୁ, ଅଙ୍କିତ ପ୍ରଧାନ, ସୁନେଲି ମିଶ୍ର, ଦେବାନନ୍ଦ ବିଶି, ଅନୁଭବ ମେହେର, ରେଶ୍ମା ମାଝୀ, ଓ ଅରୁଣ ମିଶ୍ର ।ଶିକ୍ଷକ ବନମାଳୀ ମେହେର ମଞ୍ଚ ପରିଚାଳନା କରିଥିବା ସ୍ଥଳେ ନବକିଶୋର ଦୀପ ଧନ୍ୟବାଦ ପ୍ରଦାନ କରିଥିଲେ l ସଭା ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା l ଉକ୍ତ ଶିବିରରେ ସ୍ଥାନୀୟ ହାଇ ସ୍କୁଲର ସମସ୍ତ ଶିକ୍ଷକ କମିଚାରୀ ଓ ଜିଲ୍ଲାର ଉପସ୍ଥିତ ସମସ୍ତ ଶିକ୍ଷକ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button