Education

ଘଣ୍ଟାପଡ଼ା ଅଙ୍ଗନୱାଡି କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୂର୍ତ୍ତୀ ଯୋଜନା

 

କଣ୍ଟାମାଳ, ୩୦/୧/୨୪ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ୧ନଂ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ଜ୍ୟୋସ୍ନା ସାହୁଙ୍କ ତତ୍ତ୍ଵାବଧାନରେ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୂର୍ତ୍ତୀ ଯୋଜନାରେ ୯ ବର୍ଷରୁ ୧୮ ବର୍ଷର ବାଳିକା, ଗର୍ଭବତୀ ମହିଳା, ପ୍ରସୂତୀ ମହିଳା ଓ ଦିବ୍ୟାଙ୍ଗଙ୍କୁ ମୁଢି,ଚଣା ଭଜା, ବାଦାନ ଓ ରାଶି ଲଡ଼ୁ ପ୍ରଦାନ କରାଯାଇଥିଲା। ଯାଞ୍ଚ କମିଟୀର ଅଧ୍ୟକ୍ଷ ପ୍ରଭାତ କୁମାର ସାହୁ, ୱାର୍ଡ ସଭ୍ୟା ମମତା ସାହୁ ଓ କମିଟିର ସଦସ୍ୟାମାନେ ଉପସ୍ଥିତ ରହିଥିଲେ।ସେବିକା ବବିତା ମହାନ୍ତି ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button