ଘଣ୍ଟାପଡ଼ା ଓ ଆମ୍ବଗାଁ ହାଇସ୍କୁଲ ପାଇବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିଜ୍ଞାନ କ୍ଷେତ୍ରରେ ଆକାଶ ପାଇବେ ଜିଲା ସ୍ତରୀୟ ଶିକ୍ଷକ ପୁରସ୍କାର

କଣ୍ଟାମାଳ,୨୯।୧(ପ୍ରଭାତ କୁମାର ସାହୁ): ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ, ଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ନିମନ୍ତେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଘୋଷଣା କରିଛନ୍ତି l ଚଳିତ ୨୦୨୪ ବର୍ଷ ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ସମଲେଶ୍ୱରୀ ହାଇସ୍କୁଲ ଟପ୍ ଟେନ୍ଥରେ ରାଜ୍ୟ ସ୍ତରୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛି l ଏହି ପୁରସ୍କାର ବିଦ୍ୟାଳୟ ସମେତ ପ୍ରଧାନଶିକ୍ଷକ ପୀତବାସ ପଣ୍ଡାକୁ ପ୍ରଦାନ କରାଯିବ l ଜିଲା ସ୍ତରୀୟ ପୁରସ୍କାର ପାଇଁ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଆମ୍ବଗାଁ ମନୋନୀତ ହୋଇଛି l ଏହି ପୁରସ୍କାର ମଧ୍ୟ ବିଦ୍ୟାଳୟ ସମେତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡା ଏବଂ ବିଦ୍ୟାଳୟ ପରିଚାଳନା କମିଟିକୁ ପ୍ରଦାନ କରାଯିବ l ଜିଲା ସ୍ତରୀୟ ଶିକ୍ଷକ ପୁରସ୍କାର ପାଇବା ପାଇଁ ଘଣ୍ଟାପଡ଼ା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଆକାଶ ମେହେର ମନୋନୀତ ହୋଉଛନ୍ତି l ଉକ୍ତ ପୁରସ୍କାର ଚଳିତ ମାସ ୩୧ ତାରିଖ ଦିନ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ହେବାକୁ ଥିବା ରାଜ୍ୟସ୍ତରୀୟ ଅଭିନନ୍ଦନ ଉତ୍ସବରେ ପ୍ରଦାନ କରାଯିବ ବୋଲି ଜଣା ପଡିଛି l ଉକ୍ତ ଖବର ପ୍ରଚାରିତ ହେବାପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁବାରେ ଲାଗିଛି l ଏପରି ସ୍ଥଳେ ସୋମବାର ଦିନ ଘଣ୍ଟାପଡ଼ା ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା ଓ ବିଜ୍ଞାନ ଶିକ୍ଷକ ଆକାଶ ମେହେରଙ୍କୁ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷ ସୁଶାନ୍ତ ମାଝୀଙ୍କ ସମେତ ସଦସ୍ୟ ନିଳାଚଳ ଭୋଇ, ପ୍ରଭାତ ସାହୁ, ଅଗସ୍ତି ମଲିକଙ୍କ ସହ ଅନେକ ପୁରାତନ ଛାତ୍ର ଉପସ୍ଥିତିରେ ଫୁଲ ତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




