ଶିକ୍ଷା ଭାରତୀ ଟ୍ରଷ୍ଟ ଓ ପ୍ରାୟୋଜକ ଡେଭେଲପମେଣ୍ଟ କମିଶନର ହାଣ୍ଡି କ୍ରାଫ୍ଟ ଭାରତ ସରକାର, ମିଳିତ ଆନୁକୂଲ୍ୟରେ ଛତିଆ ଠାରେ ଦୀର୍ଘ ଦୁଇ ମାସ ଧରି ଚାଲିଥିବା ଗୁରୁ ଶିଷ୍ୟ ହସ୍ତ ଶିଳ୍ପ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ


ଆୟୋଜକ ଶିକ୍ଷା ଭାରତୀ ଟ୍ରଷ୍ଟ ଓ ପ୍ରାୟୋଜକ ଡେଭେଲପମେଣ୍ଟ କମିଶନର ହାଣ୍ଡି କ୍ରାଫ୍ଟ ଭାରତ ସରକାର, ମିଳିତ ଆନୁକୂଲ୍ୟରେ ଛତିଆ ଠାରେ ଦୀର୍ଘ ଦୁଇ ମାସ ଧରି ଚାଲିଥିବା ଗୁରୁ ଶିଷ୍ୟ ହସ୍ତ ଶିଳ୍ପ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଅଛି, ଏଥିରେ ବିଶେଷ କରି stone carving ଉପରେ ଟ୍ରେନିଂ ଦିଆଯାଉଥିଲା, ସ୍ଥାନୀୟ ଅଂଚଳ ର 10ଜଣ ମହିଳା ଓ 20ଜଣ ପୁରୁଷ ଙ୍କୁ ତାଲିମ ଦିଆଯାଇ ଆଜି ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଅଛି, ଏହା କିପରି ଆହୁରି ଆଗକୁ ବୃଦ୍ଧି ପାଇବ ସେ ସମ୍ପର୍କ ରେ ଆୟୋଜିତ ସଭାରେ ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ, ସରକାର ଙ୍କ ଦ୍ୱାରା ପ୍ରୋତ୍ସାହନ ଯୋଗାଇଦିଆଯାଉଅଛି ବୋଲି ମତ ବ୍ୟକ୍ତ କରିଥିଲେ ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରସ୍ଥର ଶିଳ୍ପୀ ମହେଶର ଓଝା, ଶିକ୍ଷା ଭାରତୀ trust ର chair man ରମେଶ ଚନ୍ଦ୍ର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ, ସହକାରୀ ନିର୍ଦେଶକ ହସ୍ତଶିଳ୍ପ ଯାଜପୁର ପ୍ରକାଶ ଚନ୍ଦ୍ର ମହାନ୍ତିହସ୍ତ ଶିଳ୍ପ ଅଧିକାରୀ ସେବା କେନ୍ଦ୍ର ଭୁବନେଶ୍ୱର ର ଶ୍ରୀଯୁକ୍ତ ପରମେନ୍ଦରସିନା ବଡ଼ଚଣା ବ୍ଳକ ପ୍ରୋଜେକ୍ଟ ମ୍ୟାନେଜର ଲଗନ ଜିତ ମାହାଲା ବ୍ଳକ ଲିଭିଂ ହୁଡ କୋ ଅରଡ଼ି ନେଟର ମନୋରଞ୍ଜନ ପାତ୍ର ORMAS ଯାଜପୁର ର ଡାଇରେକ୍ଟର କ୍ଷିତୀଶ ଚନ୍ଦ୍ର ପାଲ ଏସ, ଆର ଆସିଷ୍ଟାଣ୍ଟ ଡାଇରେକ୍ଟର ଏ, କେ, ହୋତା ଓ ଟେରା କୋଟା ସି ଏମ ଏମ ପର୍ଶୁରାମ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ଙ୍କୁ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ, ମିଶନ ଶକ୍ତି mbk କ୍ରିଷ୍ନା ସୁରଞ୍ଜିକା ଧନ୍ୟବାଦ ଅର୍ପଣ କରିଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




