Religion

ତିର୍ତ୍ତୋଲରୁ ସାମ୍ବାଦିକ ସୁରକ୍ଷା ସମିତିର ଦୂରଯାତ୍ରା ପିକନିକ ୨୦୨୪

ତିର୍ତ୍ତୋଲ –: ପିକନିକ ସିଜିନ ଆସିଲେ ସ୍କୁଲ, କଲେଜ, ପୁରାତନ ନୂତନ, ବିଭିନ୍ନ ସଂଗଠନ ର ବନ୍ଧୁ ପ୍ରାୟ ସମସ୍ତଙ୍କ ହୃଦୟ ମନ ପୁଲକିତ ହୋଇଉଠେ ! ନୂଆ ଉତ୍ସାହ ନୂଆ ଚିନ୍ତନ ସବୁରି ମନପ୍ରାଣକୁ ସ୍ପର୍ଶ କରିଯାଏ ! ପିକନିକ ଟିଏ ହେବାର ପ୍ରସ୍ତୁତି, ଓ ସମୟ ନିର୍ଘଣ୍ଟ ସରିଲା ପରେ ବଢିଯାଏ ଉତ୍ସାହ !ଠିକ ସମୟରେ ସଠିକ ସ୍ଥାନକୁ ଚୟନ କରି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକର ସାମ୍ବାଦିକ ମାନଙ୍କୁ ନେଇ ତିର୍ତ୍ତୋଲ ଠାରେ ଗଢିଉଠିଥିବା ସାମ୍ବାଦିକ ସୁରକ୍ଷା ସମିତି ର ବନ୍ଧୁ ମାନେ ପିକନିକ ମା ମନେଇବାକୁ ସୁଦୂର ବଲାଙ୍ଗୀରି ଜିଲ୍ଲାକୁ ଯାତ୍ରା କରିଥିଲେ ! ପାହାଡ ପର୍ବତ କନ୍ଦରରୁ ଝରି ଆସୁଥିବା ଝରଣାର କୁଳୁକୁଳୁ ଶବ୍ଦ ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଦର୍ଶନ କରିବାର ସୁଯୋଗ ମଧ୍ୟ ମିଳିଥିଲା ! ପ୍ରାୟ ୧୦ ଜଣ ସାମ୍ବାଦିକ ଓ ତାଙ୍କର ପରିବାର ସହିତ ଏହି ପିକନିକ ଟି ଅତୀବ ରମଣୀୟ ଲାଗୁଥିଲା ! ନୟାଗଡ଼ର ରଘୁନାଥଜୀଉ, ଲଡ଼ୁବାବା, ବାଲାଙ୍ଗୀରିର ହରିହର ପର୍ଯ୍ୟଟନ ସ୍ଥଳୀ, ହୀରାକୁଦ, ସମଲେଇ ଲୋକାର୍ପଣ ଉତ୍ସବ ପରି ଅନେକ ସ୍ଥାନ ବୁଲିବାର ସୁଯୋଗ ପ୍ରାପ୍ତ ହୋଇଥିଲା ! ସାମ୍ବାଦିକ ସୁରକ୍ଷା ସମିତି ର ଉପଦେଷ୍ଟା ରମାକାନ୍ତ ରାଉଳ, ସଭାପତି ଶରତ କୁମାର ଦାଶ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସମ୍ପାଦକ ଭାଗବତ ପ୍ରସାଦ, କୋଷାଧକ୍ଷ କୈଳାସ ବେହେରା,କବିତା ଦାଶ, ବରିଷ୍ଠ ସାମ୍ବାଦିକ ଗୌରାଙ୍ଗ ଚରଣ ସ୍ୱାଇଁ,ବିଶେଷ ଅତିଥି ବ୍ୟାସ ଫାଉଣ୍ଡେସନର ସଭାପତି ସିଦ୍ଧେଶ୍ବର ପଣ୍ଡା ଏବଂ ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ପ୍ରମୁଖ ପିକନିକର ଅଂଶୀ ହୋଇଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button