Country

ଢେଙ୍କାନାଳ ଜିଲ୍ଲାର ପୁର୍ବତନ ସୈନିକ ସଂଘର ବାର୍ଷିକ ବନ୍ଧୁମିଳନ ୨୦୨୪

ଜାନୁଆରୀ ୨୮ ତାରିଖ ଦିନ ସମ୍ପୁର୍ଣ୍ଣ ଢେଙ୍କାନାଳ ଜିଲ୍ଲାର ପୁର୍ବତନ ସୈନିକ ମାନଙ୍କ ସପରିବାର ବନ୍ଧୁମିଳନ କାର୍ଯ୍ଯକ୍ରମ ହୋଟେଲ ନିରୁପମା ଠାରେ ବହୁତ ଧୁମ୍ ଧାମ୍ ରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ, ପର୍ଜଙ୍ଗ ବ୍ଲକ, ହିନ୍ଦୋଳ ବ୍ଲକ, ବଣସିଂହ ଅଞ୍ଚଳ ଓ ଭାପୁର ଅଞ୍ଚଳର ୩୫୦ ରୁ ଊର୍ଦ୍ଧ୍ବ ପୁର୍ବତନ ସୈନିକ ମାନେ ଯୋଗଦାନ କରିଥିଲେ। ସଂଘର ସଭାପତି କୈଳାସ ଚନ୍ଦ୍ର ରାଉତଙ୍କ ବଳିଷ୍ଠ ନେତୃତ୍ବ ଏବଂ ଓଜସ୍ୟି ବକ୍ତବ୍ଯ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ସଦସ୍ଯମାନେ ସଂଘରେ ଏକତ୍ରିତ ହୋଇ ରହିବା ଏବଂ ତାର ଫାଇଦା ବିଷୟରେ ବୁଝାଇ ଥିଲେ। ଭେଟେରାନ୍ ବିଭୁତିଭୁଷଣ ସାହୁ ମଞ୍ଚ ପରିଚାଳନା କରିଥିଲେ। ମନୋରଞ୍ଜନ କାର୍ଯ୍ଯକ୍ରମ ରେ ସମସ୍ତ ସଦସ୍ଯ ମାନେ ନାଚ ଗୀତର ମଜା ଉଠାଇ ଥିଲେ।
ସମ୍ପୁର୍ଣ୍ଣ କାର୍ଯ୍ଯକ୍ରମକୁ ସଂଘର ସଭାପତି କୈଳାସ ଚନ୍ଦ୍ର ରାଉତ ନିଜେ ତାଙ୍କ ସହଯୋଗୀ ମାନଙ୍କୁ ନେଇ ଦାଇତ୍ବ ଦେଇ ସୂଚାରୁ ରୁପେ ପରିବାହିତ କରିଥଲେ। ଏହି କାର୍ଯ୍ୟକ୍ରମ ରେ ସଭାପତିଙ୍କ ସହିତ ଉପଦେଷ୍ଟା ଭ୍ରମରବର ଦଳାଇ, ଦୁର୍ଯ୍ୟୋଧନ ବେହେରା, ଉପସଭାପତି ବିମଳ କୁମାର ଶତପଥି, ବିଭୁତିଭୁଷଣ ନନ୍ଦ, ସମ୍ପାଦକ ସୁବାସ ଚନ୍ଦ୍ର ହୋତା, କୋଷାଧ୍ୟକ୍ଷ ଅଖିଳ କୁମାର ରାଉତ, ଯୁଗ୍ମ ସଂପାଦକ ବଟକୃଷ୍ଣ ସାହୁ, ରାମଚନ୍ଦ୍ର ମୁକୁଟ , ହାଡିବନ୍ଧୁ ଦାସ, ଦୁର୍ଗା ମହାପାତ୍ର, ରଞ୍ଜିତ ପାଣିଗ୍ରାହୀ, ମାନସରଞ୍ଜନ ପଣ୍ଡା, ଭଜମନ ବେହେରା, ଗଣେଶ୍ବର ପଣ୍ଡା, ନିରଞ୍ଜନ ସାହୁ,ଭାଗିରଥି ସାହୁ, ବିଶ୍ବ ପ୍ରିୟ ପଟ୍ଟନାୟକ, ନୃସିଂହ ଚରଣ ନାୟକ, ଆର୍ତ୍ତତ୍ରାଣ ସାହୁ, କିଶୋର ମହାନ୍ତି, କୁମୁଦ ସାହୁ ଆଦି ସଦସ୍ଯ ମାନେ ଯୋଗଦେଇ ସାଫଲ୍ଯ ମଣ୍ଡିତ କରିଥିଲେ। 
ଧନ୍ୟବାଦ।

Related Articles

Back to top button