LIVE TV
ସ୍ଵଛ ଭାରତ ଅଭିଯାନ

ଆଜି ପୋଲିସ ପ୍ରଶିକ୍ଷଣ ଶିବିର ବୈରୀ, ସୋଲର ଓ ଛତିଆ ସମାଜ ସେବୀ ସଂଗଠନ ମିଳିତ ଆନୁକୂଲ୍ୟରେ ସେବକ ଜରା ନିବାସ ପରିସର ମଧ୍ୟରେ ଏକ ସ୍ଵଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି,200ରୂ ଉର୍ଦ୍ଧ ପୋଲିସ ପ୍ରଶିକ୍ଷାର୍ଥୀ ଓ ସ୍ୱେଚ୍ଛାସେବୀ ଭାଇ ଭଉଣୀ ମାନେ ଜରା ନିବାସ ପରିସର ଓ ନିକଟ ବର୍ତ୍ତୀ ରାସ୍ତା କୁ ସଫା କରି ବ୍ଲିଚିଙ୍ଗ ପକାଇଥିଲେ, ଏଥି ସହିତ ନର୍ଦମା ରେ ଥିବା ବ୍ୟର୍ଜବସ୍ତୁ କୁ ବାହାର କରି ଟ୍ରାକ୍ଟର ଦ୍ୱାରା ଅନ୍ୟତ୍ର ଫିଙ୍ଗିଥିଲେ, ଅନାବନା ଗଛ ମଧ୍ୟ କାଟିଥିଲେ, ଅନୁଷ୍ଠାନ ପକ୍ଷରୁ ସୁରେଶ ବିଶ୍ୱାଳ କୃତଜ୍ଞତା ଜଣାଇଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ