LIVE TV

କନିଷ୍ଠଯନ୍ତ୍ରୀଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟପାଇଁ ରାସ୍ତାରେ ଚାଲିଛି ନଳକୂପର ପାଣି

 –: ଯେକୌଣସି କାର୍ଯ୍ୟ ପାଇଁ ପ୍ଲାନିଂ ହୁଏ ତାପରେ କାର୍ଯ୍ୟଦେଶ ବାହାରି ଆରମ୍ଭ ହୁଏ କାମ ! କିନ୍ତୁ ଏଠାରେ ଏପରି କାର୍ଯ୍ୟ କରିଛନ୍ତି ବ୍ଲକ ଜେଇ,ସର୍ବସାଧାରଣ ରାସ୍ତାରେ ଚାଲିଛି ନଳକୂପର ପାଣି ! ଯୋଉ ରାସ୍ତାରେ ନିତିଦିନ ସ୍କୁଲ ଯାଆନ୍ତି ଛୋଟଛୋଟ ପିଲା ! ଯୋଉ ରାସ୍ତାରେ କାଖରେ ପାଣି ମାଠିଆ ଭରି ମହିଳା ମାନେ ଯା’ ଆସ ହୁଅନ୍ତି ! ଦୈନନ୍ଦିନ ଚଳଣି ରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ପାଦ ଚିପିଚିପି ଚାଲୁଛନ୍ତି !ନିର୍ମିତ ରାସ୍ତାର ଦୁଇଧାର ଉଚ୍ଚ ଥିବାବେଳେ ମଝି ଖାଲୁଆ ହୋଇ ପାଣି ଜମିରହିବା ଯୋଗୁ ଶିଉଳି ଲାଗି ଯାଇଛି ଯାହାଫଳରେ ଗ୍ରାମର ଲୋକେ ଗୋଡ ଖସେଇ ପଡୁଛନ୍ତି ! ପ୍ରତିଦିନ ଘଟୁଛି ଦୁର୍ଘଟଣା ! ଖବର ଟି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧିନସ୍ଥ କାଠକୋଟ ପଞ୍ଚାୟତ ତଥା ଗ୍ରାମର ୯ ଏବଂ ୧୦ ନମ୍ବର ୱାର୍ଡ ର ! ଏହି ୱାର୍ଡ ରେ ଡ୍ରେନେଜ କରିବାକୁ ସୁବିଧା ଥିଲେ ବି ବିଭାଗୀୟ ଯନ୍ତ୍ରୀ ଙ୍କ ମନମୁଖୀ କାର୍ଯ୍ୟପାଇଁ ରାସ୍ତାରେ ଚାଲିଛି ନଳକୂପର ପାଣି !ରାସ୍ତା ସାରା ଶିଉଳି ବସି ଲୋକଙ୍କ ଯିବା ଆସିବାରେ ନାହିଁନଥିବା ସମସ୍ୟା ସୃଷ୍ଟି କରୁଛି ! ସ୍କୁଲ ଯିବା କୁନିକୁନି ପିଲାଙ୍କୁ ଅବିଭାବକ ମାନେ ଉକ୍ତ ସ୍ଥାନରେ ଟେକି ଟେକି ଆଣି ରାସ୍ତା ପାର କରାଉ ଥିବାର କହିଛନ୍ତି !ବ୍ଲକ ପ୍ରଶାସନ ସ୍ଥାନୀୟ ସରପଞ୍ଚ ଙ୍କ ଅଭିଯୋଗ କୁ ସବୁ ଶୁଣି ନ ଶୁଣିଲା ପରି ଚୁପ ରହିଛି ! ବିଭାଗୀୟ ଯନ୍ତ୍ରୀ, ଲାଲଚି ଠିକାଦାର ଙ୍କୁ ବିଡ଼ିଓ ମହାଶୟ ଘଣ୍ଟ ଘୋଡେଇ ରଖୁଥିବାର ଚର୍ଚ୍ଚା ଜୋର ଧରିଛି !ବିଡ଼ିଓ ମହାଶୟ ଯେବେ ଉପଯୁକ୍ତ ପଦକ୍ଷେପ ନନେବେ ତାହାହେଲେ ବିବାଦୀୟ ରାସ୍ତାରେ ନିର୍ଭର କରୁଥିବା ଜନସାଧାରଣ ବ୍ଲକ ସମ୍ମୁଖରେ ପ୍ରତିବାଦ କରିବେ ବୋଲି କହିଛନ୍ତି ! ଦେଖିବାକୁ ରହିଲା ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ କି ପଦକ୍ଷେପ ନେଉଛି !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button