ଆଜି ଛତିଆ ସ୍ଥିତ ମହାପୁରୁଷ ହାଡ଼ି ଦାସ ମହାବିଦ୍ୟାଳୟ ର +2ଛାତ୍ର ଛାତ୍ରୀ ନିଶା ନିବାରଣ ଜନ ସଚେତନତା ପଦ ଯାତ୍ରା

ଆଜି ଛତିଆ ସ୍ଥିତ ମହାପୁରୁଷ ହାଡ଼ି ଦାସ ମହାବିଦ୍ୟାଳୟ ର +2ଛାତ୍ର ଛାତ୍ରୀ ନିଶା ନିବାରଣ ଜନ ସଚେତନତା ପଦ ଯାତ୍ରା କରିଥିବା ଦେଖିବାକୁ ମିଳିଛି, ଛତିଆ ବଜାର ପରିକ୍ରମା କରି ଛତିଆ ପଂଚାୟତ କାର୍ଯ୍ୟାଳୟ ଠାରେ ଏକ ପଥ ପ୍ରାନ୍ତ ସଭା ର ଆୟୋଜନ କରାଯାଇଥିଲା, ସରପଞ୍ଚ ରମେଶ ପୃଷ୍ଟି ନିଶା ନିବାରଣ ଉପରେ ଛାତ୍ର ଛାତ୍ରୀ ଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ, ଉତ୍କଳ ସାହିତ୍ୟ ସମାଜ ର ଆଜୀବନ ସଦସ୍ୟ ତଥା +2ନୋଡାଲ ଅଫିସର ଚକ୍ରଧର ନାୟକ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ କ୍ଯୁ,+3ନୋଡାଲ ଅଫିସର dr ନିରଞ୍ଜନ ପାତ୍ର ସ୍ଵର୍ଣମୁଦ୍ରା ମିଶ୍ର କବିତାସାହୁ ସରୋଜିନୀ ସ୍ୱାଇଁ ମନୋଲିସା ମହାନ୍ତି ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ମଦ ଗଂଜେଇ ଡ୍ରଗ୍ସ ଓ ସିଗାରେଟ ଭଳି ମାଦକ ଦ୍ରବ୍ୟ ଠାରୁ ଲୋକେ କିପରି ଦୁରେଇ ରହିବେ ଓ ଏହାକୁ ସେବନ କଲେ କଣ କ୍ଷତି ହୁଏ ତଥା ମଣିଷ କିପରି ତଳକୁ ଖସିଯାଏ, ନଷ୍ଟ ପଥ ର ଯାତ୍ରୀ ହୋଇଥାଏ ସେ ସମ୍ପର୍କ ରେ ସଚେତନ ବାର୍ତା ମାଇକ ମାଧ୍ୟମରେ ପ୍ରଚାର କରିଥିଲେ,
ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ