ଧରାପଡ଼ିଗଲା ଶାରଳା ମନ୍ଦିର ହୁଣ୍ଡୀ ଭଙ୍ଗା ଲୁଟେରା,

ତିର୍ତ୍ତୋଲ -:: ଶାରଳା ମନ୍ଦିରର ଉନ୍ନତି କରଣ କାର୍ଯ୍ୟରେ ଶ୍ରମିକ ଭାବେ କାମ କରୁଥିଲା ! କେମିତି ତାର ମୁଣ୍ଡକୁ ସୈତାନ ବୁଦ୍ଧି ଆସିଲା କେଜାଣି ! ରାତାରାତି ଲକ୍ଷପତି ହେବାର ନିଶା ମାଡ଼ିବସିଲା ! ଠାକୁରାଣୀ ଙ୍କୁ ପଥର ଭାବି ଖଳବୁଦ୍ଧି ପ୍ରୟୋଗ କରି,ଏକ ନମ୍ବର ହୁଣ୍ଡୀ ଭାଙ୍ଗି ଲୁଟେରା ଭାବିଥିଲା ଅପରାଧିକ ମାମଲାରୁ ବର୍ତ୍ତିଯିବ ! କିନ୍ତ ଯାହାକୁ ସେ ପଥର ଭାବିନେଇଥିଲା ସେଇ ପଥରର ଶକ୍ତି ଅପରାଧୀକୁ ପୋଲିସ ହାତରେ ଧରେଇ ଦେଲା !ଘଟଣା କ୍ରମରେ ମା’ ଶାରଳାଙ୍କ ଏକ ନମ୍ବର ହୁଣ୍ଡିକୁ ୨୧ ବର୍ଷୀୟ ରୁଷି ମହାନ୍ତ ପିତା – ପବନା ମହାନ୍ତ ଗ୍ରାମ – କେରି, ଜିଲ୍ଲା କେଉଁଝର,ନାମକ ଏକ ଯୁବକ ଇଲେକ୍ଟ୍ରି କଟର ମେସିନ ସାହାଯ୍ୟରେ ଭାଙ୍ଗି ଗୁଡ଼ାଏ ଟଙ୍କା ନେଇ ଫେରାର ହୋଇଯାଇଥିଲା ! ଏତେ ତରବରିଆ ଭାବରେ ଯାଇଥିଲାଯେ ଯିବା ବାଟରେ କିଛି ଟଙ୍କା ଖସି ପଡିଥିଲା ! ତେଣୁ ପୋଲିସ ସନ୍ଦେହରେ ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିଲେ ! ଗତକାଲି ତିର୍ତ୍ତୋଲ ପୋଲିସ, କନକପୁର ପୋଲିସ ମିଳିତ ଭାବେ ଅପରାଧୀର ଗତିବିଧି ଉପରେ ଲକ୍ଷ କରି କେଉଁଝର ଜିଲ୍ଲାର କେରି ଗ୍ରାମ ମୈଦାନକେଲ ଅଂଚଳରୁ ତାକୁ ଗିରଫ କରିବାକୁ ସକ୍ଷମ ହୋଇପାରିଛି ! ବିଶେଷ ସୂତ୍ରରୁ ପ୍ରକାଶ ଯେ ଆସାମୀ ରୁଷି ମହାନ୍ତ ଠିକାଦାର ର କଣ୍ଟାକ୍ଟ ରେ ଶାରଳା ମନ୍ଦିର ଉନ୍ନତିକରଣ କାର୍ଯ୍ୟରେ ଶ୍ରମିକ ଭାବେ କାମ କରୁଥିଲା !ଅପରାଧୀ ପାଖରୁ ନଗଦ ଏକ ଲକ୍ଷ ୮୫ ହଜାର ୧୯୬ ଟଙ୍କା ଜବତ କରିବା ସହିତ ଗୋଟିଏ ଏୟାର ବ୍ୟାଗ,ଗୋଟାଏ କ୍ୟାରି ବ୍ୟାଗ, ଦୁଇଟି ମୋବାଇଲ, ଗୋଟାଏ କମ୍ବଳ, ଗୋଟାଏ ଶାଢ଼ୀ, କଟର ମେସିନ, ଇଲେକ୍ତି ତାର,ଦୁଇଟା ରେଞ୍ଚି ଆଦି ସାମଗ୍ରୀ ଜବତ କରାଯାଇଥିବାର ପୋଲିସ ସୂତ୍ରରୁ ପ୍ରକାଶ !ଏହି ପରିପ୍ରେକ୍ଷୀରେ ତିର୍ତ୍ତୋଲ ଥାନାରେ ଏକ ପ୍ରେସ ମିଟ କରାଯାଇ ଅତିରିକ୍ତ ଏସପି ଙ୍କ ଉପସ୍ଥିତିରେ ଅପରାଧୀଙ୍କୁ କୋର୍ଟ ଫରୱାର୍ଡ଼ କରାଯାଇଛି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !