ବିଭିନ୍ନ ଦଳୀୟ ଅଫିସରେ 75 ତମ ସାଧାରଣ ତନ୍ତ୍ର ଦିବସ ପାଳିତ.


ଭୁବନେଶ୍ୱର, ରାଜ୍ୟରେ ଥିବା ତିନୋଟି ପ୍ରମୁଖ ରାଜନୈତିକ ଦଳୀୟ ଅଫିସରେ 75 ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି. କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ପତାକା ଉତ୍ତୋଳନ କରି କର୍ମୀ ଓ ନେତା ମାନଙ୍କୁ ଉଦବୋଧନ ଦେଇଥିଲେ. ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ବିଜେପି କାର୍ଯ୍ୟାଳୟରେ ଥିବା ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ପ୍ରତିଛବି ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ କରି ବିକଶିତ ଭାରତ ଗଢିବା ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ. ଶଙ୍ଖ ଭବନରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରି ସମ୍ବିଧାନ ମୁତାବକ ସବୁ କାମ କରି ରାଜ୍ୟର ପ୍ରଗତି କରିବାକୁ ଉଦବୋଧନ ଦେଇଥିଲେ.ପ୍ରତ୍ୟେକ ଦେଶବାସୀ ଓ ରାଜ୍ୟବାସୀଙ୍କ ପାଇଁ ଆଜିର ଦିନ ବେଶ ଗୁରୁତ୍ୱପୂର୍ଣ ଦିନ ଆମର ଅଗଣିତକର୍ମୀ ଓ ନେତାମାନେ ପଂଚାୟତରେ, ସହରରେ ସବୁ ଜାଗାରେ ପତାକା ଉତ୍ତୋଳନ କରିଛନ୍ତି, ଫଳବଣ୍ଟନ, ଗଣଦୌଡ ଇତ୍ୟାଦି ଚାଲିଛି ବୋଲି କହିଛନ୍ତି ଦେବୀ ମିଶ୍ର. ଓଡ଼ିଶାରେ ଅଣଓଡ଼ିଆ ନେତାଙ୍କୁ ଶାସନ କରିବାକୁ ଦିଆଯିବନି, ସବୁ ଓଡ଼ିଆ ଭାଇମାନେ ଜାଗ୍ରତ ହୋଇ ଓଡ଼ିଆ ସ୍ୱାଭିମାନକୁ ରକ୍ଷା କରିବାକୁ ପଡିବ, ଲକ୍ଷ ଲକ୍ଷ କଂଗ୍ରସ କର୍ମୀ ପାହାଡ଼ ହୋଇ 24ବର୍ଷ ହେଲା କଂଗ୍ରେସ ପାଇଁ ଠିଆ ହୋଇଥିବାରୁ ମୁଁ ସାଲ୍ୟୁଟ ଜଣାଉଛି ଓ ଓଡିଶା ବାସୀଙ୍କୁ କଂଗ୍ରସକୁ ଥରେ ଭୋଟ ଦେଇ ସେବା କରିବାକୁ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ. ବେଳେ ବେଳେ କଳା ବାଦଲ ଆସି ଯେପରି ସୂର୍ଯ୍ୟଙ୍କୁ ଢାଙ୍କି ଦେଇଥାଏ ସେହିଭଳି ସମୟ ଓଡ଼ିଶାରେ ଚାଲିଥିବାରୁ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି ଓ ଦାଇତ୍ୱ ବାନ ବିରୋଧୀଦଳ ହିସାବରେ ରାଜ୍ୟ ବାସୀଙ୍କୁ ବିଶ୍ୱାସ ଦେଉଛୁ ଯେ ଏଭଳି ପରିସ୍ଥିତି ଓଡିଶାରୁ ଖୁବ ଶୀଘ୍ର ହଟାଇ ଅନ୍ୟାୟ, ଅନୀତି, ଦୁର୍ନୀତି, ଭୟ, ଆତଙ୍କ ଦୁରକରି ଏକ ବିକଶିତ ରାଜ୍ୟରେ ଵିଧି ବ୍ୟବସ୍ଥାରେ ଗଣତାନ୍ତ୍ରିକ ଉପାୟରେ ପରିଣତ କରିବୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନିଉଜ




