ତିତ୍ତୋଲ ବ୍ଲକ ଅନ୍ତର୍ଗତ ହାଜୀ ସେଖ ସମୀରୁଦ୍ଦିନ ହାଇସ୍କୁଲ କୃଷ୍ଣାନନ୍ଦପୁର, ପ୍ରାଙ୍ଗଣରେ ଗଣତନ୍ତ୍ର ଦିବସ


ଜାନୁଆରୀ ୨୬ ତାରିଖ ଗଣତନ୍ତ୍ର ଦିବସ ଉପଲକ୍ଷେ ତିତ୍ତୋଲ ବ୍ଲକ ଅନ୍ତର୍ଗତ ହାଜୀ ସେଖ ସମୀରୁଦ୍ଦିନ ହାଇସ୍କୁଲ କୃଷ୍ଣାନନ୍ଦପୁର, ପ୍ରାଙ୍ଗଣରେ ଗଣତନ୍ତ୍ର ଦିବସ ଖୁବ୍ ହର୍ଷ ଉଲହାସ ସହିତ ପାଳନ କରାଗଲା ହାଜୀ ସେଖ ସମୀରୁଦ୍ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ କୃଷ୍ଣାନନ୍ଦପୁର ଗ୍ରାମ ପଞ୍ଚାୟତ, ପ୍ରଧାନ ଶିକ୍ଷକ ଶ୍ରୀ ପ୍ରତାପ କୁମାର ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗଣତନ୍ତ୍ର ଦିବସ ସହ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ, ଆମନ୍ତ୍ରିତ ଅତିଥି ଓ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ। ଖୁବ୍ ଆକର୍ଷଣୀୟ ହୋଇଥିଲା ମେଜିକ ଚିୟର, ଛାତ୍ରଛାତ୍ରୀ ମାନେ ଯାହାକୁ ପୁନର୍ବାର ପରିବେଷଣ କରିଥିଲେ। ପୁରସ୍କାର ବିତରଣ କରିବାରେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ଶ୍ରୀ ସଲମାନ୍ କସର, ପି ଇ୍ ଟି ଓ ଶିକ୍ଷୟତ୍ରୀ ଶ୍ରୀମତୀ ଅନୁସୟା ସାହୁ । ହାଜୀ ସେଖ ସମୀରୁଦ୍ଦିନ ସରକାରୀ ହାଇସ୍କୁଲରେ ଆଦର୍ଶ ଶିକ୍ଷା ଦାନ ପ୍ରତି, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଅନୁରୋଧ କରାଯାଇଥିଲା। ତିର୍ତ୍ତୋଲ ରୁ ସନାୱର ଅଲିଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା




