କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ


ତା-୨୬-୦୧-୨୦୨୪,କେନ୍ଦ୍ରାପଡା,
ଆଙ୍କର–//ଦେଶସାରା ପାଳନ କରାଯାଉଛି ୭୫ ତମ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ।ସାରା ଦେଶ ଉତ୍ସବ ମୁଖର।କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆରେ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳିତ ହୋଇଯାଇଛି।ଆୟୋଜିତ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଭାରତୀୟ ସମ୍ବିଧାନର ନୀତି ଆଦର୍ଶ ଲୋକମାନଙ୍କ ପାଇଁ ଓ ଲୋକମାନଙ୍କ ଦ୍ବାରା ଗଣତାନ୍ତ୍ରିକ ଶାସନ ବିଷୟ ବକ୍ତବ୍ୟରେ କହିଥିଲେ।ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଅଭିବାଦନ ଗ୍ରହଣ କରିଥିଲେ।ବିଭିନ୍ନ ସ୍କୁଲ ଓ କଲେଜରୁ ୩୦ଟି ଦଳ ପ୍ୟାରେଡରେ ଅଂଶଗ୍ରହଣ କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ଋତୁରାଜ ସଂଗ୍ରାମୀ ମାନଙ୍କର ଦେଶ ଉଦ୍ଦେଶ୍ୟରେ ବଳିଦାନ,ସ୍ୱାଧୀନତା ସଂଗ୍ରାମରେ କେନ୍ଦ୍ରାପଡା ଜିଲ୍ଲାର ଅବଦାନ, ସରକାରୀ ସ୍ତରରେ କେନ୍ଦ୍ରାପଡା ଜିଲ୍ଲାକୁ ଅବଦାନ ଇତ୍ୟାଦି ସମ୍ପର୍କରେ ବକ୍ତବ୍ୟରେ କହିଥିଲେ।ବଳିଆ ଯୋଜନାରେ ରାଜ୍ୟରେ ସର୍ବୋଚ୍ଚ କେନ୍ଦ୍ରାପଡା ଜିଲ୍ଲାକୁ ଅନୁଦାନ ମିଳିଥିବା ଏହି ଅବସରରେ ଜିଲ୍ଲାପାଳ ଜଣାଇଥିବା ବେଳେ କୃଷିପ୍ରଧାନ ଜିଲ୍ଲା ଭାବେ କେନ୍ଦ୍ରାପଡା ଏହାର ସ୍ୱତନ୍ତ୍ରତା ବଜାୟ ରଖିଥିବା କହିଛନ୍ତି।ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଉପଢୌକନ ଓ ସ୍ୱାଧୀନତାର ଟୋପି ପିନ୍ଧାଇ ପଦବନ୍ଦନା କରାଯାଇଥିବା ବେଳେ ବିଭିନ୍ନ ବିଭାଗରେ କୃତ୍ତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଆଡମ୍ବର ଭାବେ ଏହି ଜାତୀୟ ଦିବସକୁ ଜିଲ୍ଲାର ଛାତ୍ରଛାତ୍ରୀ, ବୁଦ୍ଧିଜୀବି, ଜିଲ୍ଲା ପ୍ରଶାସନ ବରିଷ୍ଠ ଅଧିକାରୀ, ବିଭିନ୍ନ ସାମାଜିକ ସଂଗଠନ ମାନଙ୍କ ଉପସ୍ଥିତିରେ ପାଳନ କରାଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମନ ମୋହିଥିଲା।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଦକର ସନ୍ଦୀପ ସମ୍ପଦ,ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ପିତାମ୍ବର ସାମଲ, ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ ମହାନ୍ତି ଉପସ୍ଥିତ ରହି ଜାତୀୟ ଦିବସର ଆଭିମୁଖ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ।





