Country
ଦଧିବାମନ ଉଚ୍ଚ ବିଦ୍ୟାଳୟରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ

ବିନିକା, ୨୬/୧ (ସମର୍ଥ ନ୍ୟୁଜ୍)
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁଶୁଣୀ ଦଧିବାମନ ଉଚ୍ଚ ବିଦ୍ୟାଳୟରେ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ଦଧିବାମନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଷ୍ମିତା ଦେହେରୀ ପତାକା ଉତ୍ତୋଳନ କରିଥିଲେ। ପତକା ଉତ୍ତଳନ ପରେ ବିଦ୍ୟାଳୟ ର ଏନ୍ ସି ସି ଶିକ୍ଷକ ରାଜେଶ କୁମାର ସାହୁଙ୍କ ନେତୃତ୍ୱରେ ପେରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ୫ ଟି ଦଳ ଭାଗ ନେଇଥିଲେ। ଗଙ୍ଗା, ଗଦାବରି, ସିନ୍ଧୁ, କାବେରୀ ଏବଂ ଏନ୍ ସି ସି ଦଳ। ଶେଷରେ ଏନ୍ ସି ସି ଗୃପ ସୁନ୍ଦର ପେରେଡ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏନ୍ ସି ସି ଗୃପ କମାଣ୍ଡର ରାହୁଲ ନାଏକ ପ୍ରଧାନ ଶିକ୍ଷକଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ଶିକ୍ଷକ ମଧୁସୂଦନ ମାହାକୁର, ଅଶୋକ କହଁର, ପଦ୍ମିନୀ ମଲ୍ଲିକ, ହେମଳତା ମଲ୍ଲିକ, ମିତ୍ରା ଭୋଇ ଓ ବିଶ୍ଵନାଥ ପାଣ୍ଡେ ସହଯୋଗ କରିଥିଲେ।

ସେହିପରି ବାଉଁଶୁଣୀ ମହିଳା ଜନିୟର କଲେଜରେ ଶିଳ୍ପପତି ଆକାଶ ବାବୁ ମୂଖ୍ଯ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଅଧ୍ୟକ୍ଷ ନିହାର ଗଡ଼ତିଆ ଗଣତନ୍ତ୍ର ଦିବସରେ ସ୍ଵାଗତ ଓ ଅଭିବାଦନ ଭାଷଣ ଦେଇଥିଲେ। ଖଲିଆପାଲି କେନ୍ଦୁ ଲିପ୍ ରେଞ୍ଜ ଅନ୍ତର୍ଗତ ଜାମଛାପର କେନ୍ଦୁ ଲିପ୍ ଗୋଦାମ କାର୍ଯ୍ୟାଳୟରେ ଫରେଷ୍ଟର ସତ୍ୟବାନ ରଣା, ମହଦା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଭୀମସେନ ସିଂହଦେଓ, ବାଉଁଶୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରକାଶ ଭୋଇ, ମହଦା ପେକ୍ସରେ ଟୟ ଭୁଏ ପତାକା ଉତ୍ତୋଳନ କରିଥିବା ଜଣାପଡ଼ିଛି।





