75 ତମ ସାଧାରଣ ତନ୍ତ୍ର ଦିବସ ପାଳିତ.


ଭୁବନେଶ୍ୱର, ଆଜି ସକାଳେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ, ରାଜ୍ୟ ସମବାୟ ଇୟୁନିଅନ ମୁଖ୍ୟ କାର୍ଯ୍ୟାଳୟ, ଓ ଭୀମପୁର ଭୋଇସାହିରେ ସାଧାରଣ ତନ୍ତ୍ର ଦିବସ ବଡ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି. ରାଜ୍ୟ ସମାଜ ମଙ୍ଗଳ ବୋର୍ଡରେ ସମସ୍ତ କର୍ମଚାରୀ ଓ ବୋର୍ଡ ସଦସ୍ୟା ମାନେ ଉପସ୍ଥିତ ରହି ମାଳତୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବାପରେ ବରିଷ୍ଠ ସଦସ୍ୟା ସାରଳା ସ୍ୱାଇଁ ଜାତୀୟ ପତାକା ଇତ୍ତୋଳନ କରିଥିଲେ. ନିଜ ବକ୍ତବ୍ୟରେ ରାଜ୍ୟର ଅଗ୍ରଗତିକୁ ପ୍ରଶଂସା କରି ଆହୁରି ଆଗକୁ ଉନ୍ନତି ହେଉ ଓ ଦେଶ ସ୍ୱାଧୀନତା ପାଇଁ ଯେଉଁମାନେ ବହୁ କଷ୍ଟ ସ୍ୱୀକାର କରିଥିଲେ ସେମାନଙ୍କୁ ମନେପକାଇବା ଓ ସମ୍ବିଧାନ ସୁରକ୍ଷା ପାଇଁ କାମ କରିବାକୁ ଶ୍ରୀମତୀ ସାରଳା ସ୍ୱାଇଁ ଆହ୍ୱାନ ଦେଇଥିଲେ. ଅନ୍ୟତମ ସଦସ୍ୟା ବାସନ୍ତୀ ସିଂ ନିଜ ବକ୍ତବ୍ୟରେ ସମସ୍ତେ ମିଶି ଭାଇଚାରା ମାଧ୍ୟମରେ ସମାଜର ମଙ୍ଗଳ ପାଇଁ କାମ କରିବାକୁ କହିଥିଲେ.75 ତମ ସମବାୟ ଅଫିସରେ ଜାତୀୟ ପତାକା ଉତ୍ତୋଳନ କରି ସାଧାରଣ ତନ୍ତ୍ର ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସମବାୟ ଆନ୍ଦୋଳନକୁ ଆହୁରି ଆଗେଇନେବାକୁ, ସମସ୍ତେ ଏକତ୍ରିତ ହୋଇ ଏକ ମନ ଏକ ପ୍ରାଣରେ ସମବାୟର ପ୍ରଚାର ପ୍ରସାର କରିବାକୁ ଆହ୍ୱାନ ଦେଇଥିଲେ ରାଜ୍ୟ ସମବାୟ ଇୟୁନିଅନର ସଭାପତି ପ୍ରଭାସିନୀ ଷଡ଼ଙ୍ଗୀ.ବିଏମସି 53 ନମ୍ବର ୱାର୍ଡରେ ଥିବା ଭୀମପୁର ଭୋଇସାହିରେ ଏକ ବଡ ଅଙ୍ଗନବାଡି ଓ ଏସଏଚଜି ମହାସଂଘ କେନ୍ଦ୍ରରେ ଛୋଟ ଛୋଟ ପିଲା, ଆଶା କର୍ମୀ, ମା ବୈଷ୍ଣବୀ ମହିଳା ମହାସଂଘ ଓ ଅଙ୍ଗନବାଡି ଦିଦି କର୍ମୀ ମାନଙ୍କ ସହ ଜାତୀୟ ପତାକା ଉତ୍ତୋଳନ କାରି କର୍ପୋରେଟର ମହାମାୟା ସ୍ୱାଇଁ ଶାନ୍ତି ମୈତ୍ରୀ ଓ ପ୍ରଗତିର ବାର୍ତା ନେଇ ତ୍ରିରଙ୍ଗାର ମର୍ଯ୍ୟାଦା ରଖି ନିଜେ ଓ ନିଜ ପରିବେଶକୁ ସୁସ୍ଥ କରିବା ସହ ଏକ ମନ ଏକ ସ୍ୱର ଓ ଏକ ମତ ନେଇ ରାଜ୍ୟ ଉନ୍ନତି ପାଇଁ କାମ କରିଯିବାକୁ କହିଥିଲେ. ସେହିପରି ଆମ ଦେଶକୁ ସ୍ୱାଧୀନତା ଆଣିବା ପାଇଁ ତ୍ୟାଗ ତିତିକ୍ଷା କରିଥିବା ବରପୁତ୍ର ମାନଙ୍କୁ ମନେ ପକାଇ ଦେଶ ପ୍ରଗତିରେ ଆଗେଇଯିବାକୁ ଓ ସମବିଧାନରେ ଥିବା ଧର୍ମ ନିରପେକ୍ଷତା, ଧନୀ ଗରିବ ବାଛବିଚାର ନ କରି ଏକାଠି ହୋଇ ରାଜ୍ୟର ମଙ୍ଗଳ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର କରିବାକୁ କହିଥିଲେ ମାନ୍ୟବର ମେୟର ସୁଲୋଚନା ଦାସ.
ରିପୋର୍ଟ ଦେବ ପ୍ରସାଦ ମହାନ୍ତି




