Country
ଚଣ୍ଡିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ।


ବୌଦ୍ଧ-୨୬/୦୧-(ହୃଦାନନ୍ଦ ମେହେର)-ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ ଚଣ୍ଡିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଘମିତ୍ରା ପରିଡା ପତାକା ଉତ୍ତୋଳନ କରିଥିଲେ l ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚନ୍ଦ୍ରକାନ୍ତ ଦେହୁରୀ, ସଦସ୍ୟ ପ୍ରଭଞ୍ଜନ ବେହେରା, ଅଭିଭାବକ ସୁଧୀର ବେହେରା ଙ୍କ ସହିତ ଶିକ୍ଷକ ରାଜକୁମାର ପ୍ରଧାନ, ଗୋପାଳ ଅମାତ, ସୁପ୍ରିୟା ଡାଙ୍ଗ ପ୍ରମୁଖ ପିଲାଙ୍କ ପ୍ରଭାତ ଫେରିରେ ସହଯୋଗ କରିଥିଲେ l ଉକ୍ତ ଦିବସ ଅବସରରେ ବକ୍ତୃତା, ସଙ୍ଗୀତ, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପିଲାମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ଦେଇ ସମ୍ମାନୀତ କରାଯାଇଥିଲା l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ




