ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ । ଯୁବସମାଜ ଦ୍ୱାରା ଅଖଣ୍ଡ ଭାରତ ସମ୍ଭବ -ମୁଖ୍ୟ ଅତିଥି


କଣ୍ଟାମାଳ,୨୬/୧/୨୪ (ପ୍ରଭାତ କୁମାର ସାହୁ)ଭାରତର ୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମର୍ଥ ନିୟୁଜ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଯୁବସମାଜ ଚାହିଁଲେ ଅଖଣ୍ଡ ଭାରତ ଗଠନ ସମ୍ଭବ ।ଶୁକ୍ରବାର ଦେଶର ୭୫ତମ ସାଧାରଣତନ୍ତ୍ର ଦିବସରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାସ୍ଥିତ ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜରେ ପାଳିତ ସାଧାରଣତନ୍ତ୍ର ଦିବସର ଜାତୀୟ ପତକା ଉତ୍ତୋଳନ ଅବସରରେ ମୁଖ୍ୟ ଅତିଥିଭାବେ ପରିଚାଳନା କମିଟୀର ସଭାପତି କାର୍ତ୍ତିକେଶ୍ଵର ବେହେରା ଯୋଗ ଦେଇ ଛାତ୍ରୀଛାତ୍ରଙ୍କୁ ଉଦବୋଧନ ଦେଇଥିଲେ।ଅନ୍ୟତମ ଅତିଥିଭାବେ ସଦସ୍ୟ ବିପିନ ଭୋଇ ଓ ପ୍ରତିଷ୍ଠାତା ସଦସ୍ୟ ତଥା ଡୋନର ପ୍ରଭାତ କୁମାର ସାହୁ ଉପସ୍ଥିତ ରହି ସମ୍ବିଧାନ ଧାରାରେ ଆମର ଅଧିକାର ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ପୂର୍ବରୁ ମୁଖ୍ୟ ଅତିଥି ଶ୍ରୀ ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଅଧ୍ୟକ୍ଷ ଗିରିଧର ଦେହୁରୀଙ୍କ ପରିଚାଳନାରେ ଅଧ୍ୟାପକ ଓ ଅଧ୍ୟାପିକା, ଖେଳଶିକ୍ଷକ ଓ ସମସ୍ତ କମିଚାରୀ ଯୋଗ ଦେଇଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




