Country

ଢେଙ୍କାନାଳ ଅବସର ପ୍ରାପ୍ତ ସୈନିକ ସଂଘ ତରଫରୁ ଜାନୁଆରୀ ୨୬ ତାରିଖରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଢେଙ୍କାନାଳ ବସଷ୍ଟାଣ୍ଡ ନିକଟସ୍ଥ ସହିଦ ମିନାରରେ ଦିଗବନ୍ତ ସହିଦଙ୍କୁ ମାଲ୍ୟାର୍ପଣ କରିଛନ୍ତି ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋରଞ୍ଜନ ମଲ୍ଲିକ। 

  ଏହି ଉତ୍ସବରେ ଶ୍ରୀ କୈଳାସ ଚନ୍ଦ୍ର ରାଉତଙ୍କ ସଭାପତିତ୍ବରେ ପ୍ରାୟ ୬୦ ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସୈନିକ ଯୋଗଦେବା ସଙ୍ଗେ ସଙ୍ଗେ ଢେଙ୍କାନାଳ ଜିଲ୍ଲାର ସମସ୍ତ ମୁଖ୍ଯ ସମ୍ବାଦପତ୍ରର ସାମ୍ବାଦିକ ମାନେ ଯୋଗଦାନ କରିଥିଲେ। ଏହି ଉତ୍ସବରେ ସଭାପତିଙ୍କ ସହିତ ଉପଦେଷ୍ଟା ଭ୍ରମରବର ଦଳାଇ, ଦୁର୍ଯ୍ୟୋଧନ ବେହେରା, ଉପସଭାପତି ବିମଳ କୁମାର ଶତପଥି, ବିଭୁତିଭୁଷଣ ନନ୍ଦ, ସମ୍ପାଦକ ସୁବାସ ଚନ୍ଦ୍ର ହୋତା, କୋଷାଧ୍ୟକ୍ଷ ଅଖିଳ କୁମାର ରାଉତ, ବଟକୃଷ୍ଣ ସାହୁ, ରାମଚନ୍ଦ୍ର ମୁକୁଟ, ଜୀବନ ବାଗ, ହାଡିବନ୍ଧୁ ଦାସ, ନୃସିଂହ ଚରଣ ସାହୁ, ରଞ୍ଜିତ ପାଣିଗ୍ରାହୀ, ସୁବାସ ଚନ୍ଦ୍ର ବାରିକ, ଦାଶରଥି ବରାଳ, ଗଣେଶ୍ବର ପଣ୍ଡା, ନିରଞ୍ଜନ ସାହୁ,ଭାଗିରଥି ସାହୁ ଆଦି ସଦସ୍ଯ ମାନେ ଯୋଗଦେଇ ସାଫଲ୍ଯ ମଣ୍ଡିତ କରିଥିଲେ।

Related Articles

Back to top button