ହାଡ଼ି ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଲୋଚନା ଚକ୍ର


ଯାଜପୁର ଜିଲ୍ଲାର ଛତିଆ ଅଞ୍ଚଳରେ ଥିବା ମହାପୁରୁଷ ହାଡ଼ି ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ‘ନୂଆ-ଓ’ କାର୍ଯ୍ୟକ୍ରମ ଦ୍ୱାରା ଆୟୋଜିତ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ନିମନ୍ତେ ‘ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ଶ୍ରୀଜଗନ୍ନାଥ’ ଶୀର୍ଷକରେ ଏକ ଆଲୋଚନା ଚକ୍ର କରାଯାଇଥିଲା। ଏଥିରେ ଅତିଥି ଭାବେ ଯୋଗଦେଇଥିଲେ ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ ତଥା ଶ୍ରୀଜଗନ୍ନାଥ ସଂସ୍କୃତିର ବକ୍ତା ବିଜୟ ମଲ୍ଲ ଏବଂ ସୁପରିଚିତ ବ୍ୟଙ୍ଗକବି ଜ୍ଞାନ ହୋତା। ଏହି ସଭାକୁ ଅଧ୍ଯକ୍ଷତା କରିଥିଲେ ମହାପୁରୁଷ ହାଡ଼ି ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ସାହୁ। ଏହି ସଭାରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ସୁମିତ୍ରା ନନ୍ଦ। ଆଲୋଚନା ଚକ୍ର ବିଷୟବସ୍ତୁର ପ୍ରାସଙ୍ଗିକତା ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ ସଂସ୍କୃତ ବିଭାଗର ମୁଖ୍ଯା ସୁନିତା ସ୍ୱାଇଁ। ମୁଖ୍ଯ ଅତିଥି ଶ୍ରୀଯୁକ୍ତ ବିଜୟ ମଲ୍ଲ ଜଗନ୍ନାଥଙ୍କୁ ଉତ୍କଳୀୟ ଓ ମାନବୀୟ ଚେତନା ରୂପେ ବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ବ୍ୟଙ୍ଗକବି ଜ୍ଞାନ ହୋତାଙ୍କ ହାସ୍ୟରସରେ ପିଲା ଝୁମିଥିଲେ। ଏହାସହିତ ଅଧ୍ୟାପକ ମନୋଜ କୁମାର ମିଶ୍ର ଓ ଓଡ଼ିଆ ବିଭାଗର ମୁଖ୍ୟା ପୁଷ୍ପଲତା ସାମଲ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ନିଜର ବକ୍ତବ୍ଯ ରଖିଥିଲେ। ଶେଷକୁ ଧନ୍ୟବାଦ ଅର୍ପଣ କରିଥିଲେ ନୋଡାଲ ଅଫିସର୍ ସ୍ମୃତିରଞ୍ଜନ ସେଠୀ। ଏହି ସଭାର ପରିଚାଳନା ସଦସ୍ଯ ବିଜୟ କୁମାର ରାଉତ, ନୁପୁର ପ୍ରିୟଦର୍ଶିନୀ, ମୋନାଲିସା ମହାନ୍ତି, ଭୋଳାନାଥ ନାୟକ, ସ୍ୱର୍ଣ୍ଣମୁଦ୍ରା ମିଶ୍ର, ସୌମ୍ୟ ରଞ୍ଜନ ସ୍ୱାଇଁ, ଲକ୍ଷ୍ମୀପ୍ରିୟା ମହାରଣା, କବିତା ନାଥ ପୂର୍ଣ୍ଣମାତ୍ରାରେ ସାହାଯ୍ୟ କରିଥିଲେ। ଏହି ଆଲୋଚନା ଚକ୍ରରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।





