State

ନୂଆ- ଓ ” ଓଡିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ l ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ଆଜି ପୂର୍ବାହ୍ନ ୧୦ଘଟିକା ସମୟରେ ସ୍ଥାନୀୟ 

ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ରାଉତଙ୍କ ଅଧ୍ୟକ୍ଷତାରେ “ନୂଆ-ଓ”ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାଯ୍ୟକ୍ରମ ରେ ବିଶିଷ୍ଟସାହିତ୍ୟିକ ତଥା ଫିରିଙ୍ଗିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଶତପଥି ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି “ଉତ୍କଳୀୟ ସଂସ୍କୃତି ରେ ଶ୍ରୀ ଜଗନ୍ନାଥ” ବିଷୟକ ବକୃତା କହି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ପ୍ରକାଶ ସୃଷ୍ଟି କରିଥିଲେ। ପ୍ରାରମ୍ଭରୁ ଅଧ୍ୟକ୍ଷ ମୁଖ୍ୟ ବକ୍ତା ଓ ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାଞ୍ଜଳି ଅର୍ପଣ ସହିତ ଧୂପ ଦୀପ ଅର୍ପଣ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରା ଯାଇଥିଲା।ପରିଶେଷରେ ଅଧ୍ୟାପକ ସୁଶ୍ରୀ ସସ୍ମିତା ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Back to top button